ରାୟଗଡ଼ା ଜିଲ୍ଲା ସ୍ତରୀୟ ଯୌତୁକ ନିଷେଧ ଆଇନ–୧୯୬୧ ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

add-all

ରାୟଗଡା : ରାୟଗଡାରେ ଯୌତୁକ ଓ ସମ୍ବନ୍ଧିତ ହିଂସାକୁ ରୋକିବା ପାଇଁ ଜିଲ୍ଲା ସ୍ତରରେ ଯୌତୁକ ନିଷେଧ ଆଇନ, ୧୯୬୧ ବିଷୟରେ ଏକ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ସମାଜ ମଙ୍ଗଳ ଅଧିକାରୀ, ରାୟଗଡା ଶ୍ରୀମତୀ ମିନତି ଦେଓଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇ, ଯୌତୁକ ନିଷେଧ ଆଇନର ମୁଖ୍ୟ ବ୍ୟବସ୍ଥା ଓ ତାହାର କାର୍ଯ୍ୟକାରୀ ପ୍ରୟୋଗ ଉପରେ ଆଲୋଚନା କରାଯାଇଥିଲା।

ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିମାରାଣୀ ଦାସ, ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଶୈଳଜା ଦାସ, ଏସ. ଡି. ଆଇ. ପି. ଅର. ଓ ଦେବରାଜ ଟାକ୍ରୀ ଏବଂ ଜିଲ୍ଲା ସଂଯୋଜକ, ସଂକଳ୍ପ ହବ୍ ଶ୍ରୀ ଦିବାକର ପରିଛା ଯୋଗଦେଇ ପ୍ରଶିକ୍ଷଣର ବିଭିନ୍ନ ପର୍ଯ୍ୟାୟ ସଂଚାଳନ କରିଥିଲେ। ରିସୋର୍ସ ପର୍ସନ୍ ଭାବେ ଶ୍ରୀ ରବିନାରାୟଣ ଶତପଥୀ (ଆଡ଼ଭୋକେଟ) ଯୋଗଦେଇ ଅଭିଯୋଗ ଦାଖଲ, ଏଫ୍‌ଆଇଆର, ଚାର୍ଜସିଟ୍ ଓ ନ୍ୟାୟିକ ପ୍ରକ୍ରିୟା ସହିତ ଯୌତୁକ ନିଷେଧ ଆଇନର ବିଭିନ୍ନ ଆଇନଗତ ପ୍ରାସଙ୍ଗିକତା ବିଷୟରେ ପ୍ରସ୍ତୁତି ଦେଇଥିଲେ।

ଏକକ କେନ୍ଦ୍ର (One Stop Center), ଶକ୍ତି ସଦନ, ସଂକଳ୍ପ ହବ୍ ଓ ସମ୍ବନ୍ଧିତ ସଂସ୍ଥାମାନଙ୍କ ମାଧ୍ୟମରେ ପୀଡ଼ିତାଙ୍କୁ ଆଶ୍ରୟ, ଚିକିତ୍ସା, ପରାମର୍ଶ ଓ ବିଧି ସାହାଯ୍ୟ ଯେପରି ଯୋଗାଇହେଉଛି ସେବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ବିବାହ ପଞ୍ଜିକରଣ ଅଧିକାରୀ, ମହିଳା ଥାନା ଅଧିକାରୀ, ବିଭିନ୍ନ ଅନୁଷ୍ଠାନର ଧର୍ମଗୁରୁ, ଶିକ୍ଷକମାନେ, One Stop Center ଓ ଶକ୍ତି ସଦନ କର୍ମକର୍ତ୍ତା, ସଂକଳ୍ପ ହବ୍ କର୍ମକର୍ତ୍ତା ଏବଂ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.