ଷଷ୍ଠତମ ମାସିକ କ୍ଲଷ୍ଟରସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

youtube

ବ୍ରହ୍ମପୁର : କୁକୁଡାଖଣ୍ଡି ବ୍ଲକସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦକ୍ଷିଣପୁର ଠାରେ, ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ଷଷ୍ଠ ତମ ମାସିକ କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବିଶିଷ୍ଟ ଶିକ୍ଷାବିତ୍ କାହ୍ନୁ ଚରଣ ପାତ୍ର ଓ ସୁବାସ ଚନ୍ଦ୍ର ପାତ୍ର ଆମତ୍ରିତ ଅତିଥି ଭାବରେ ଯୋଗ ଦେଇ ଭଗବାନଙ୍କ ନିକଟରେ ଦ୍ୱୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। କ୍ଲଷ୍ଟର ସି ଆର.ସି ଦୁଷ୍ମନ୍ତ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏ ପୁଷ୍ପଲତା ଏବଂ ତାଙ୍କ ସହକର୍ମୀ ତଥା ମନୀଷା ବଡମୁଣ୍ଡି , ରୁବିତା କୁମାରୀ ଦେବୀ, ଦୀପ୍ତି ରାଣୀ ପାଢ଼ୀ, ରଶ୍ମିତା କୁମାରି ପ୍ରଧାନ ଓ ପୁଷ୍ପଲତା ପଟେଲ ଏହି ଏମ. ସି. ଏମ ରେ ସମ୍ପୂର୍ଣ ରୂପେ ସହଯୋଗ କରିଥିଲେ । କ୍ଲଷ୍ଟର ବାର ଗୋଟି ବିଦ୍ୟାଳୟ ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଏଫ.ଏଲ.ଏନ ଶିକ୍ଷକ ଶିକ୍ଷୟତ୍ରୀ ତଥା ଆମ୍ବଗଡର ସୁନିତା କୁମାରୀ ସାହୁ ଓ ସୁମିତ୍ରା ମହାପାତ୍ର , ଗୁଣ୍ଠବନ୍ଧର ସୁଜାତା କୁମାରୀ ସାହୁ ଓ ଗୀତାଞ୍ଜଳି ବିଶୋଇ , ଲାଞ୍ଜିଆର ନମିତା କୁମାରୀ ମହାରଣା ଓ ରଞ୍ଜୁଲତା ପଟ୍ଟନାୟକ , ବାଳକୃଷ୍ଣପୁର ଶଶୀରେଖା ମଳିକ ଓ ରାଜଲକ୍ଷ୍ମୀ ନାହାକ, ପଦର ବାଲି ଅଳକା ମିଶ୍ର ଓ ଦେବକୀ ମଳିକ , ଭଗବାନପୁର କନକ ଲତା ମହାନ୍ତି , ବୁଦାଲୁଣ୍ଡିର ମହାଲକ୍ଷ୍ମୀ କର , ବାଘଝରିର ସରସ୍ବତୀ ଅଚାରୀ , ବିରିବାଡିଆର ପ୍ରଶାନ୍ତ କୁମାର ବେହେରା , ତଳ କୁମ୍ଭଝରିର ସୁଶ୍ରୀ ସଂଗୀତା ପାତ୍ର , ସେବାଶ୍ରମ କୁମ୍ଭଝରି ପି. ନରସିଂହ ଯୋଗ ଦେଇ ଥିଲେ । କୁକୁଡ଼ାଖଣ୍ଡି ଗୋଷ୍ଠୀ ସହ ଶିକ୍ଷାଧିକାରୀ ତଥା ବି.ଆର. ସି. ସି ବସନ୍ତ କୁମାର ସେଠୀ ବୈଠକ ରେ ଯୋଗ ଦେଇ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏମ.ସି.ଏମର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରତ୍ୟକ ବିଦ୍ୟାଳୟ ଶିକ୍ଷଣ ସୋପାନ ରେଜିଷ୍ଟର , ପଢିବା ଗଢିବା ରେକର୍ଡ, ଷ୍ଟାଫ ମେଟିଙ୍ଗ ରେକର୍ଡ , ଲାଇବ୍ରେରୀ ମାର୍କିଙ୍ଗ ରେକର୍ଡ ଦେଖିଥିଲେ । ତତପରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ଠିକ ସମୟରେ ବୈଠକ ଶେଷ କରିଥିଲେ ।

Leave A Reply

Your email address will not be published.