ଜୀବନ ନେବାକୁ ହ୍ୟୁମାନଙ୍କୁ ବିଷ ଦିଆଯାଇଥିବା ଆଶଙ୍କା

youtube

ଭୁବନେଶ୍ବର: ହ୍ୟୁମାନଙ୍କ ମୃତ୍ୟୁ ପଛରେ ସାଂଘାତିକ ଷଡ଼ଯନ୍ତ୍ର । ଜୀବନ ନେବାକୁ ବିଷ ଦିଆଯାଇଥିବା ଆଶଙ୍କା ।  ମାଆ ଶେଫାଳୀ ସୁନାଙ୍କ ଥାନାରେ ଏତଲା ପରେ ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ।  ପୁଅ ମୃତ୍ୟୁର ପ୍ରାୟ ଦେଢ ମାସ ପରେ ଥାନାରେ ଏତଲା ଦେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ।  ବୋହୂ ଶ୍ରେୟା ମିଶ୍ର, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ, ଦୁଇ ମ୍ୟାନେଜରଙ୍କ ସମେତ ପ୍ରାୟ ୧୦ରୁ ଅଧିକ ଲୋକଙ୍କ ନାଁରେ ଦେଇଛନ୍ତି ଏଫଆଇଆର ।  କଟକ ମର୍କତ ନଗର ଥାନାରେ ବିଧିବଦ୍ଧ ଭାବେ ଏତଲା ଦେଇଛନ୍ତି ।  ପତ୍ନୀ ଶ୍ରେୟା ମିଶ୍ରଙ୍କ ବିରୋଧରେ ଆଣିଛନ୍ତି ମାନସିକ ନିର୍ଯାତନା ଅଭିଯୋଗ।

ଶ୍ରେୟା ଓ ତାଙ୍କ ପରିବାର ହ୍ୟୁମାନଙ୍କୁ ଦୀର୍ଘ ଦିନ ଧରି ମାନସିକ ନିର୍ଯାତନା ଦେଇ ଆସୁଥିଲେ।  ପାରିବାରିକ କଳହ, ମିଥ୍ୟା ଅପବାଦ ଏବଂ ଝିଅ ଦେଖା କରିବାକୁ ନ ଦେବା ଫଳରେ ହ୍ୟୁମାନ ଭାଙ୍ଗି ପଡ଼ିଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ।  ମାନସିକ ଚାପ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ଶେଫାଳୀ ସୁନା ଦର୍ଶାଇଛନ୍ତି ।  ଏହା ସହ ସଙ୍ଗୀତ ନିର୍ଦ୍ଦେଶକ ଅର୍ପିତା ଚୌଧୁରୀ, ମ୍ୟାନେଜର ଦିନେଶ ବେହେରା, ପ୍ରଶାନ୍ତ ବେହେରା, ସୋମେଶ ଶତପଥୀ ଏବଂ ଡାକ୍ତର ଶୁଭେନ୍ଦୁ ମିଶ୍ରଙ୍କ ଭଳି ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ପାଇଁ ଏତଲାରେ ଦାବି କରିଛନ୍ତି ।  ଷଡ଼ଯନ୍ତ୍ର କରି ବିଷ ପ୍ରୟୋଗ ଦ୍ବାରା ହ୍ୟୁମାନଙ୍କୁ ମାରିଦିଆଯାଇଥିବା ସେ ଆଶଙ୍କା କରିଛନ୍ତି।

ମୃତ୍ୟୁର ଖୁଲାସା ପାଇଁ ସିସିଟିଭି ଫୁଟେଜ, ହ୍ୟୁମାନଙ୍କ ଆର୍ଥିକ କାରବାର, ଡିଜିଟାଲ ଏଭିଡେନସ ଓ ମେଡିକାଲ ରିପୋର୍ଟ ଯାଞ୍ଚ ପାଇଁ ଦାବି କରିଛନ୍ତି ।  ଶେଫାଳୀ ସୁନାଙ୍କ ଏତଲା ପରେ ଓଲିଉଡ଼ରେ କମ୍ପନ ସୃଷ୍ଟି ହୋଇଛି ।  ବିଏନଏସ୍ ଧାରା 356(2), 351(2),3(5),115(2),318(4),61 ଅନୁଯାୟୀ ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ ।  ପରିବାରବର୍ଗ ଙ୍କ ଅଭିଯୋଗ ପରେ, ବିଏନ୍ଏସ ଏସ ର ଧାରା 194 ଅନୁଯାୟୀ ଆଉ ଗୋଟିଏ ମାମଲା ମଧ୍ୟ ରୁଜୁ ରିଛି ପୋଲିସ ।

Leave A Reply

Your email address will not be published.