ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଗଲା ରୋଗୀର ଜୀବନ, ମୁନ ହସପିଟାଲ କୁ ସିଲ୍ କଲା ପ୍ରଶାସନ….

add-all

ପ୍ରଶାସନ ର ପଦକ୍ଷେପ କୁ ପରିବାର ଓ ସହର ବାସୀ ଙ୍କ ଅପେକ୍ଷା…

ନା ନାଲିଫିତା ତଳେ ଦବି ଯିବ ତଦନ୍ତ…??

ବ୍ରହ୍ମପୁର:  ରୋଗୀ ମୃତ୍ୟୁ ପରେ ହସପିଟାଲ ସିଲ୍ ।  ଗତକାଲି ରୋଗୀ ମୃତ୍ୟକୁ ନେଇ ଉତ୍ତେଜନା ପରେ ସିଲ୍ ହେଲା ହସପିଟାଲ । ହସପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ ପରିବାରଲୋକେ । ଜିଲ୍ଲା ପ୍ରଶାସନ ପକ୍ଷରୁ ହସପିଟାଲକୁ ସିଲ୍ କରାଯାଇଛି । ହସ୍ପିଟାଲରେ ଥିବା ସମସ୍ତ ରୋଗୀଙ୍କୁ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଭୁଲ୍ ଇଞ୍ଜେକ୍ସନ ପାଇଁ ମୃତ୍ୟୁ ହୋଇଥିବା ପରିବାରଲୋକଙ୍କ ଅଭିଯୋଗ । ଇଞ୍ଜେକ୍ସନ ପରେ ଗୁରୁତର ହେବାରୁ ଏମକେସିଜି ନିଆଯାଇଥିଲା । ଏମକେସିଜିରେ ରୋଗୀକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହାପରେ, ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ମୁନ ନାମକ ଘରୋଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା  । ସୂଚନା ଥାଉକି  ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ସିନ୍ଦୁରବାଡ଼ ଗାଁର ବିଜୟ ପ୍ରଧାନ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ

ବିଜୟଙ୍କୁ ଘରୋଇ ହସ୍ପିଟାଲରୁ ଏମକେସିଜି ମେଡିକାଲକୁ ନିଆଯାଇଥିଲା  ।  ଏମକେସିଜି ମେଡିକାଲରେ ବିଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘରୋଇ ଦି ମୁନ ହସ୍ପିଟାଲରେ ଭୁଲ ଚିକିତ୍ସା ଯୋଗୁଁ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତଦେହକୁ ମେଡିକାଲ ସମ୍ମୁଖରେ ରଖି ଧାରଣାରେ ବସିଥିଲେ ପରିବାର ଲୋକେ ।  ପୋଲିସ ଓ ପ୍ରଶାସନର ବୁଝାସୁଝା ପରେ ଧାରଣାରୁ ହଟିଲେ ମୃତକଙ୍କ ପରିବାର ଲୋକେ । ସୂଚନା ଥାଉକି ବ୍ରହ୍ମପୁର ରେ ଏହା ପ୍ରଥମ ଘଟଣା ନୁହଁ ଏହା ପୂର୍ବରୁ ମଧ୍ୟ ଗୋଇଲୁଣ୍ଡି ଛକ ରେ ଥିବା ଏକ ଘରୋଇ ହସ୍ପିଟାଲ ରେ ଏପରି ଭୁଲ ଇଞ୍ଜେକ୍ସନ ଦେବା କାରଣ ରୁ ରୋଗୀର ମୃତ୍ୟୁ ଘଟିଥିଲା କିନ୍ତୁ ପରବର୍ତ୍ତୀ ସମୟ ରେ ତଦନ୍ତ ର ଗତି ବଦଳି ଯାଇଥିଲା ଏବଂ ପ୍ରଶାସନ ଉକ୍ତ ମେଡିକାଲ କୁ କ୍ଲିନ ଚିଟ ଦେଇଥିଲା l ଏହି ଘଟଣା ବି ଠିକ ସେପରି ହେବ ବୋଲି ସହରରେ ଚର୍ଚ୍ଚା ହେଉଛି l କେବଳ ଲୋକ ଦେଖାଣିଆ ଭାବେ ଉକ୍ତ ଦି ମୁନ ହସ୍ପିଟାଲ କୁ ସିଲ କରାଯାଇଛି କିନ୍ତୁ ଉକ୍ତ ଡାକ୍ତର ଙ୍କ ବିରୋଧ ରେ କୌଣସି ପଦକ୍ଷେପ ନିଆ ଯାଇନାହିଁ ଏବଂ ଉକ୍ତ ଦଲାଲ ଯେକି ଏମ କେ ସି ଜି ମେଡିକାଲ ରୁ ମୁନ ହସ୍ପିଟାଲ କୁ ରୋଗୀକୁ ପଠାଇ ଥିଲା ତା ବିରୋଧ ରେ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା l

ad-week
Leave A Reply

Your email address will not be published.