ଜଳ ସମ୍ପଦ ବିଭାଗ ର ଯନ୍ତ୍ରୀ ଅବସର ନେବା ପୂର୍ବରୁ ଚାଲିଛି ତଳି ପକା କାମ …..!

youtube


ବ୍ରହ୍ମପୁର: ଆସିକା ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଚାଲି ଋଷି କୂଲ୍ୟା ନଦୀ ବନ୍ଧ ରାସ୍ତା କାମ। ରାସ୍ତା କାର୍ଯ୍ୟ ସମୟରେ କୌଣସି ଅଧିକାରୀ କିମ୍ବା ଯନ୍ତ୍ରୀଙ୍କ ଦେଖା ନାହିଁ। ବାବୁ ମାନଙ୍କ ଅନୁପସ୍ଥିତି ର ସୁଯୋଗ ନେଇ ଠିକାଦାର ନିଜ ମର୍ଜିରେ ବିନା ପାଣି ଓ ବିନା ରୋଲେର ରେ ନଦୀ ବନ୍ଧର ରାସ୍ତା ନିର୍ମାଣ ହେଉଛି। ନିମ୍ନ ମାନର କାର୍ଯ୍ୟ ଯୋଗୁଁ ମେଟାଲ ବାହାରି ପଡୁଛି। ଏପଟେ କନିଷ୍ଠ ଯନ୍ତ୍ରୀ ଙ୍କ ଅବସର କାଳୀନ ସମୟ ହେଇଯିବାର ବାହାନା ରେ ଅତି ତରବରିଆ ଭାବେ ୨୦୨୨/୨୩ ର କାର୍ଯ୍ୟକୁ ନିର୍ମାଣ ଚାଲିଛି। କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସମୟ ଅତିବାହିତ ହେବା ପରେ ବି ବାବୁ ମାନଙ୍କ ଠିକାଦାର ପ୍ରୀତି ଯୋଗୁଁ ନିମ୍ନ ମାନର କାର୍ଯ୍ୟ ଚାଲୁ ରହି ରହିବା ନେଇ ଚର୍ଚ୍ଚା ଜୋର ଧରିଛି। ଜଳ ସମ୍ପଦ ବିଭାଗ ର କାର୍ଯ୍ୟ କୁ କ୍ୱାଲିଟି କଣ୍ଟ୍ରୋଲ ବିଭାଗ ପକ୍ଷରୁ ତଦାରଖ କରାଯାଉ ନାହିଁ। ବିନା ପ୍ଲାନିଂଙ୍ଗ ରେ ବନ୍ୟା ସୁରକ୍ଷା ପାଚେରୀ ଓ ନଦୀ ବନ୍ଧର ରାସ୍ତା କାର୍ଯ୍ୟ ନିର୍ମାଣ ଚାଲିଥିବା ଅଭିଯୋଗ ହେଉଛି।

Leave A Reply

Your email address will not be published.