ଓଡ଼ଗାଁ ମିନି ଷ୍ଟାଡିୟମରେ ଯୁବଶକ୍ତିର ଉତ୍ସବ ସାଂସଦ ଖେଳ ମହୋତ୍ସବ ଆୟୋଜିତ

youtube

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସ୍ତରୀୟ ଯୁବ ଶକ୍ତିର ଉତ୍ସବ ସାଂସଦ ଖେଳ ମହୋତ୍ସବ – ୨୦୨୫ ର ଶୁଭାରମ୍ଭ କାର୍ଯ୍ୟକ୍ରମ ସ୍ଥାନୀୟ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ଲୋକସଭା ସାଂସଦ ଡା.ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ୨୦୩୬ ମସିହାରେ ଭାରତ ଅଲିମ୍ପିକ୍ କ୍ରୀଡାର ଆୟୋଜକ ହେବାପାଇଁ ଦାବିଦାର ହୋଇଥିବା ବେଳେ ଠିକ୍ ଦଶ ବର୍ଷ ପୂର୍ବରୁ ପ୍ରାକ୍ ପ୍ରସ୍ତୁତି ପାଇଁ ସାଂସଦ ଖେଳ ମହୋତ୍ସବ ଆୟୋଜନ କରାଯାଉଛି । ଗାଁରୁ ଜିଲ୍ଲା ଏବଂ ରାଜ୍ୟ ତଥା ଦେଶବ୍ୟାପୀ ବର୍ତ୍ତମାନର ଛାତ୍ରଛାତ୍ରୀ ଆଜି ଯେଉଁମାନେ ସେମାନଙ୍କର ନାମ ପଞ୍ଜିକରଣ କରିଛନ୍ତି ୧୦ ବର୍ଷ ପରେ ସେମାନଙ୍କର ବୟସ ୨୨ ରୁ ୨୫ ବର୍ଷ ମଧ୍ୟରେ ହେବ ।

ସେତେବେଳେ ସମଗ୍ର ଭାରତ ‘ଖେଲୋ ଇଣ୍ଡିଆ ଫିଟ୍ ଇଣ୍ଡିଆ ‘ ନରାରେ ଗୁଞ୍ଜରିତ ହେଉଥିବ ଏବଂ ସାରା ବିଶ୍ଵର ନଜର ଭାରତ ଉପରେ କେନ୍ଦ୍ରୀଭୂତ ହେବ । ୨୦୩୬ ଭାରତୀୟ ଅଲିମ୍ପିକ ର ଆୟୋଜକ ଭାରତୀୟ ଖେଳାଳି ମାନେ ଧୂଆଁଧାର ଖେଳ ପ୍ରଦର୍ଶନ କରି ଏକାଧିକ ସ୍ଵର୍ଣ୍ଣ, ରୌପ୍ୟ, କାଂସ୍ୟ ପଦକ ହାସଲ ପରେ ଆମର ଲକ୍ଷ୍ୟ ହାସଲ ହେବା ସହିତ ଏହାହିଁ ଦେଶର ଅଗଣିତ ଖେଳାଳିଙ୍କ ଠାରେ ଆମ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଆଶା ଓ ବିଶ୍ବାସ ରହିଛି ବୋଲି ସାଂସଦ ସମ୍ବିତ ପାତ୍ର ତାଙ୍କର ଅଭିଭାଷଣ ଜରିଆରେ ଖେଳାଳିଙ୍କୁ ବାର୍ତ୍ତା ଦେଇଥିଲେ ।

୩ ଦିନ ଧରି ଆୟୋଜିତ ହେବାକୁ ଥିବା ସାଂସଦ ଖେଳ ମହୋତ୍ସବରେ ଶହେ ମିଟର, ଦୁଇଶହ ମିଟର ଦୌଡ, କବାଡି, ବ୍ୟାଡ ମିନ୍ଟନ,ଲଙ୍ଗଜମ୍ପ, ହାଇଜମ୍ପ, ଭଲି, ଖୋଖୋ, ଇତ୍ୟାଦି ଖେଳ ପ୍ରତିଯୋଗିତା ରହିଥିବା ବେଳେ ଏଥିରେ ୬୨୫ଜଣ ଖେଳାଳି ସେମାନଙ୍କର ନାମ ପଞ୍ଜିକରଣ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ କନ୍ଧମାଳ ସାଂସଦ ତଥା ନୟାଗଡ଼ ବିଜେପି ନେତ୍ରୀ ପ୍ରତ୍ୟୁଷା ରଜେଶ୍ଵରୀ ସିଂ ମୁଖ୍ୟବକ୍ତା, ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ବିଡ଼ିଓ ପ୍ରୀତିବାଳା ରଣା, ଏବଂ ଓଡ଼ଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ପ୍ରେରଣା ଦାୟୀ ମନ୍ତବ୍ୟ ଦେଇଥିଲେ ।

Leave A Reply

Your email address will not be published.