ବିଷଦେଇ ବଧୂ ହତ୍ୟା ଅଭିଯୋଗ: ସ୍ବାମୀ, ଶାଶୁ ଓ ଶଶୁର କୁ ଅଟକ ରଖି ତଦନ୍ତ କରୁଛି ପୋଲିସ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗୁମୀ ଗ୍ରାମର ଜଣେ ମହିଳାଙ୍କୁ ଅଧିକ ଯୌତୁକ ଦାବିରେ ନିର୍ଯାତନା ଦେଇ ବିଷ ପିଆଇ ହତ୍ୟା କରାଯାଇଥିବାର ମୃତ ଚାନ୍ଦିନୀ ସାହୁଙ୍କ ଭାଇ ଓଡ଼ଗାଁ ଥାନାରେ ଅଭିଯୋଗ ହେବା ପରେ ଓଡ଼ଗାଁ ପୋଲିସ ୩୮୪/୨୫ରେ ଏକ ହତ୍ୟା ମାମଲା ରୁଜୁ କରି ଶବ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛନ୍ତି ।ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତ ସ୍ବାମୀ ଭେଙ୍କଟ ରମଣ ସାହୁ(୩୬), ଶଶୁର କୃଷ୍ଣଚନ୍ଦ୍ର ସାହୁ (୫୬) ଏବଂ ଶାଶୁ ସୁରଭି ସାହୁ(୫୦)ଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡିଛି।ସୂଚନା ଅନୁଯାୟୀ ମୃତ ଚାନ୍ଦିନୀ ସାହୁ ୫ ବର୍ଷ ପୂର୍ବେ ଓଡ଼ଗାଁ ଥାନା ବାହାଡ଼ା ଝୋଲା ଫାଣ୍ଡି ଅନ୍ତର୍ଗତ ଗୁମି ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ଭେଙ୍କଟ ରମଣ ସାହୁ ଙ୍କୁ ବିବାହ କରିଥିଲେ।ବିବାହର ୨ବର୍ଷ ପରେ ଅଧିକ ଯୌତୁକ ଦାବିରେ ଶାଶୁ, ଶଶୁର ଓ ସ୍ବାମୀ ଚାନ୍ଦିନୀ ଙ୍କୁ ନିର୍ଯାତନା ଦେଇ ଆସୁଥିଲେ ।ଏହାକୁ ନେଇ ଅନେକ ଥର ଆପୋଷ ସମାଧାନ ହୋଇଥିଲେ ମଧ୍ୟ ବାରମ୍ବାର ଯୌତୁକ ନିର୍ଯାତନାର ଶିକାର ହେଉଥିଲେ ଚାନ୍ଦିନୀ ।ଶେଷରେ ଚାନ୍ଦିନୀ ଙ୍କୁ ବିଷଦେଇ ହତ୍ୟା କରାଯାଇଛି ।ବିଷ କ୍ରିୟା ଗୁରୁତର ହେବାରୁ ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ନୟାଗଡ଼ କୁ ସ୍ଥାନାନ୍ତରିତ ପରେ ନୟାଗଡ଼ ମେଡ଼ିକାଲରେ ଡାକ୍ତର ଚାନ୍ଦିନୀ କୁ ମୃତ ଘୋଷଣା କରିଥିଲେ।ଚାନ୍ଦିନୀ ର ୪ ବର୍ଷର ଗୋଟିଏ ପୁତ୍ର ସନ୍ତାନ ରହିଥିବାର ଜଣାପଡିଛି ।

ad-week
Leave A Reply

Your email address will not be published.