ବାଇକ-ଟ୍ରାକ୍ଟର ଧକ୍କା ଯୋଗୁଁ ବାଇକର ତିନି ଆରୋହୀ ଗୁରୁତର

newyr25

ଉମରକୋଟ : ପ୍ଲାଷ୍ଟିକ ବୋତଲ, ଜରି, ଲୁହା ଭଳି ସାମଗ୍ରୀ ସବୁ ନାଳ ନର୍ଦମା ଓ ଅଳିଆ ଗଦା ମାନଙ୍କରୁ ଉଠାଉଥିବା ତିନି ବ୍ୟକ୍ତି ଏକ ବାଇକରେ ଡାଲା ସଜେଇ ବୁଲୁଥିଲେ, ଆଜି ରାଇଘର ଅଞ୍ଚଳରୁ ଉମରକୋଟ ଯାଉଥିବା ବେଳେ ବେହେଡା ଛକ ଠାରେ ଏକ ଟ୍ରାକ୍ଟର ସହିତ ଧକ୍କା ହେବା ଫଳରେ ବାଇକରେ ବସିଥିବା ତିନି ଆରୋହୀ (ମା, ପୁଅ ଓ ଝିଅ )ଗୁରୁତର ଆହତ ହୋଇଥିବା ଜଣାପଡିଛି | ମା ର ବୟସ ପାଖାପାଖି 40ବର୍ଷ ହୋଇଥିବା ବେଳେ ଝିଅର ବୟସ 17ବର୍ଷ ଓ ପୁଅର ବୟସ 12/13ବର୍ଷ ହେବ ବୋଲି ଅନୁମାନ କରାଯାଉଛି |ଆଜି ଅପରାହ୍ନ ପ୍ରାୟ 3ଘଂଟିକା ସମୟରେ ରାଇଘର ଅଂଚଳରୁ ଜରି, ବୋତଲ, ଲୁହା ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ସଂଗ୍ରହ କରି ତିନି( ମା ପୁଅ ଓ ଝିଅ )ବ୍ୟକ୍ତି ବାଇକରେ ଉମରକୋଟ ଅଭିମୁଖେ ବାହାରିଥିବା ବେଳେ ବେହେଡା ଛକ ନିକଟରେ ଲିମାଗୁଡା ଆଡୁ ଆସୁଥିବା ଏକ ଟ୍ରାକ୍ଟର ହଠାତ ରାସ୍ତା ଉପରକୁ ଚାଲି ଆସିଥିଲା | ତେଣୁ ନିରୁପାୟ ହୋଇ ପଡିଥିଲା ବାଇକ ଚଳାଉଥିବା ନା ବାଳକ|ତିନି ଜଣ ଆଖି ପିଛୁଳା କେ ଡାଲା ତଳକୁ ଚାଲି ଯାଇଥିଲେ ଓ ଡାଲାରେ ପିଟି ହୋଇ ଗୁରୁତର ଆହତ ହୋଇ ପଡ଼ିଥିଲେ|ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଆମ୍ବୁଲାନ୍ସ କୁ ଜଣେଇ ଥିଲେ ମଧ୍ୟ ଆମ୍ବୁଲାନ୍ସ ପହଂଚି ବା ରେ ବିଳମ୍ବ କରିଥିଲା | ପରେ ସ୍ଥାନୀୟ ଲୋକେ ଏକ ଅଟୋ ଡାକି ଅଟୋ ରେ ଉମରକୋଟ ମେଡିକାଲକୁ ପଠେଇଥିବା ସୂଚନା ମିଳିଛି|ପାର୍ଶ୍ୱରେ ଏକ କିରାନା ଦୋକାନ ରହିଥିବାରୁ ଉଭୟେ ଉଭୟକୁ ଦେଖି ପାରିନଥିଲେ ଓ ଏଭଳି ଏକ ବଡ଼ ଦୁର୍ଘଟଣା ଘଟି ଯାଇଥିଲା | ଛକ କୋଣରେ ରହିଥିବା କିରାନା ଦୋକାନ ବାଇକ ଆରୋହୀ ମାନଙ୍କ ପାଇଁ କାଳ ସାଜିଛି |ତେଣୁ ଏଠାରୁ ଦୋକାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରୁଛନ୍ତି |

Leave A Reply

Your email address will not be published.