ଚାଷୀ ହେଉଛନ୍ତି ସମାଜର ସର୍ବାଙ୍ଗୀନ ଉନ୍ନତିର ମୁଖ୍ୟ କର୍ଣ୍ଣଧାର : ଉପ ଜିଲ୍ଲାପାଳ

newyr25

ସୁନ୍ଦରଗଡ ଜିଲ୍ଲାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ମଣ୍ଡି ଉଦଘାଟିତ
• ସେବକ ପରିସରରେ ଶୁଭାରମ୍ଭ ହେଲା ୨୦୨୫-୨୬ ର ମାଣ୍ଡିଆ ମଣ୍ଡି
• ସୁନ୍ଦରଗଡ ଉପ ଜିଲ୍ଲାପାଳ କଲେ ଉଦଘାଟନ
• ପ୍ରଥମ ଦିନରେ ୫୫ ଜଣ ଚାଷୀଙ୍କ ୧୫୨ କ୍ଵିଣ୍ଟାଲ ମାଣ୍ଡିଆ କ୍ରୟ
ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକର ସେବକ, ରଙ୍ଗିଆମୁଣ୍ଡା ପରିସର ମଧ୍ୟରେ ଆଜି ଜିଲ୍ଲା ସ୍ତରୀୟ ମାଣ୍ଡିଆ ମଣ୍ଡି ଉଦଘାଟନ ହୋଇଯାଇଛି । ଚଳିତ ଖରିଫ ଋତୁରେ ଅମଳ ହୋଇଥିବା ମାଣ୍ଡିଆକୁ ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ସରକାର ଚାଷୀଙ୍କ ଠାରୁ ମାଣ୍ଡିଆ କ୍ରୟ କରିବା ପାଇଁ ଧାର୍ଯ୍ୟ କରିଛନ୍ତି। ଏହି ଅବସରରେ ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ସେବକ ରଙ୍ଗିଆମୁଣ୍ଡା କାର୍ଯ୍ୟ।ଳୟ ପରିସରରେ ଏକ କୃଷକ ସମାବେଶ, ପୁଷ୍ଟିଶସ୍ୟ ଖାଦ୍ୟ ମେଳା ଓ ମାଣ୍ଡିଆ ମଣ୍ଡିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଉପ ଜିଲ୍ଲାପାଳ ତେଜସ୍ଵୀନୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦେଶ ତଥା ସମାଜର ସର୍ବାଙ୍ଗୀନ ଉନ୍ନତିର କର୍ଣ୍ଣଧାର ହେଉଛନ୍ତି ଚାଷୀ ବୋଲି ବକ୍ତବ୍ୟ ରଖିବା ସହ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଚାଷ ଦ୍ଵାରା ଚାଷୀ ସ୍ଵାବଲମ୍ବୀ ହୋଇ ପାରିବେ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସୁନ୍ଦରଗଡ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଧୀରେନ୍ଦ୍ର କୁମାର ଶେଠୀ ଜିଲ୍ଲାର ଚାଷୀଙ୍କ ଦ୍ଵାରା ଉତ୍ପାଦିତ ମାଣ୍ଡିଆ କିପରି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ଯ ପ୍ରଦାନ କରୁଛି ସେ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲାଲ ବିହାରୀ ମଲ୍ଲିକ ଶ୍ରୀ ଅନ୍ନ ଅଭିଯାନର ପ୍ରମୁଖ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ପୃଷ୍ଟିଶସ୍ୟ ର ପୁନରୁଦ୍ଧାର ଏବଂ ଚାଷୀ ଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ବିଷୟରେ ବର୍ଣ୍ଣନା କରିଥିଲେ।

ସେବକର ଶ୍ରୀ ଅନ୍ନ ଅଭିଜାନର ଟାଙ୍ଗରପାଲି ବ୍ଲକ ସଂଯୋଜକ ଅମୀୟ ରଞ୍ଜନ ଲେଙ୍କା ସଭା ପରିଚାଳନା କରି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ। ଟାଙ୍ଗରପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିରସେନ୍ ବେହେରା ମାଣ୍ଡିଆ ଓ ଅଣ ମାଣ୍ଡିଆ ପୁଷ୍ଟିଶସ୍ୟ ଚାଷ ଦ୍ଵାରା ଚାଷୀ ଅଧିକରୁ ଅଧିକ ଉତ୍ପାଦନ କରି ଲାଭବାନ୍ ହୋଇପାରିବେ ବୋଲି କହିଥିଲେ। ଚଳିତ ଖରିଫ୍ ଋତୁରେ ସହଯୋଗୀ ସଂସ୍ଥା ସେବକ ଟାଙ୍ଗରପାଲି ବ୍ଲକରେ ୧୩୦୯ ଚାଷୀ ଦ୍ଵାରା ୮୩୦ ହେକ୍ଟର ମାଣ୍ଡିଆ ଓ ୧୪୦ ହେକ୍ଟରରେ ଅଣମାଣ୍ଡିଆ ପୁଷ୍ଟିଶସ୍ୟ ଚାଷ କରାଯାଇଛି । ପ୍ରଥମ ଦିନରେ ଟାଙ୍ଗରପାଲି ବ୍ଲକରୁ ୪୬ ଜଣ ଚାଷୀଙ୍କ ପାଖରୁ୧୫୨ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଛି। ସେବକର ଅଧ୍ୟକ୍ଷ ଅମିୟାକାନ୍ତ ନାଏକ ମାଣ୍ଡିଆ ଚାଷ ଗୁଣବତ୍ତା ଉପରେ ପରାମର୍ଶ ଦେଇଥିଲେ ଏବଂ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିଗାମ୍ବର ଉପାଧ୍ୟାୟ ପ୍ରତିଦିନ ମାଣ୍ଡିଆ ଖାଦ୍ୟକୁ ନିଜ ଖାଦ୍ୟ ଥାଳି ରେ ସାମିଲ କରିବା ପାଇଁ ସମସ୍ତ ଚାଷୀ ମନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସେବକ ପରିସରରେ ଆୟୋଜିତ ଖାଦ୍ୟ ମେଳାରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତି ବିଭିନ୍ନ ପାରମ୍ପାରିକ ଓ ଲୋକପ୍ରିୟ ମିଷ୍ଟାନ୍ନ ଓ ଜଳଖିଆର ପ୍ରଦର୍ଶନ ଓ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଉପ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥି ମାନେ ଛେଦଲଗନ କୃଷି ଉତ୍ପାଦକ ସଂସ୍ଥାର ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ୍ ଓ ବସୁଧା କୃଷି ଉତ୍ପାଦକ ସଂସ୍ଥାର ମିଲେଟ ବେକେରୀ ୟୁନିଟ ପରିଦର୍ଶନ କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଶ୍ରୀ ଅନ୍ନ ଅଭିଜାନର ଟାଙ୍ଗରପାଲି ସହକାରୀ ବ୍ଲକ ସଞ୍ଜୋଜିକା ବର୍ଷା ସାହୁ, ଆକାଉଣ୍ଟାଣ୍ଟ ସରିତା ବୁଡା ତଥା ସି.ଆର.ପି. ମାନେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସେବକର ସ୍ନିଗ୍ଧାରାଣୀ ମହାକୁଲ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.