
ଖୋର୍ଦ୍ଧା: ମାଡ଼ିଗଲା ଗାଡ଼ି, ଚାଲିଗଲା ୨ ଜୀବନ । ଖୋର୍ଦ୍ଧା ସଦରଥାନା ୧୬ ନମ୍ବର ଦଧିମାଛଗାଡିଆ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଯୁବକ ମୃତ । ମୃତ ଯୁବକ ଦୁଇ ଜଣ ବିକାଶ ବରାଳ ଓ ଶୁଭ୍ରାଂଶୁ ସୁନ୍ଦରାୟ । ଆଜି ସକାଳ ବାଣପୁର ସାନହନ୍ତୁଆରୁ ଭୂବନେଶ୍ବର ସ୍କୁଟିରେ ଯାଉଥିବାବେଳେ ଅଜଣା ଗାଡି ଧକ୍କା ଦେଇଥିଲା ।
ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ଯୁ ହୋଇଛି । ପୋଲିସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟକୁ ପଠାଇଛି ।