ଭାରସାମ୍ୟ ହରାଇ ନଦୀ ମଧ୍ୟକୁ ଖସିଲା କାର

add-all

ମାଲକାନଗିରି, ୯।୧ : ମାଲକାନଗିରି ଜିଲ୍ଲାରେ ଏକ କାର ଦୁର୍ଘଟଣା ଘଟି ସପ୍ତଧାରା ନଦୀ ମଧ୍ୟକୁ ଖସି ପଡିଥିବା ଦେଖିବାକୁ ମିଳିଛି। ଆଜି ମଧ୍ୟାନ୍ନ ଏକ ଟା ସମୟ ରେ ଜୟପୁର ଆଡୁ ଆସୁଥିବା ଏକ ଟି ୟୁ ଭି ଗାଡି ନମ୍ବର ଓଡ଼ି ୩୦ ଏଫ ୧୯୮୯ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ସପ୍ତଧାରା ନଦୀ ମଧ୍ୟକୁ ଖସିପଡିଛି | ପ୍ରତ୍ୟାଖ୍ୟଦର୍ଶୀ ଙ୍କ କହିବା ଅନୁଯାୟୀ ଗାଡି ଟି ଦ୍ରୁତ ଗତି ରେ ଗୋବିନ୍ଦପାଲ୍ଲୀ ଆଡକୁ ଯାଉଥିବା ସମୟ ରେ ଗୋବିନ୍ଦାପାଲ୍ଲୀ ଠାରୁ ପାଞ୍ଚ କିମି ଦୂର ରେ ସପ୍ତଧାରା ନଦୀ ପୋଲ ପୂର୍ବରୁ ଗାଡ଼ି ଟି ଭାରସାମ୍ୟ ହରାଇ ନଦୀ ଶଯ୍ୟା ମଧ୍ୟକୁ ପାଣି ଭିତରେ ଖସି ପଡିଛି | ଚାଳକ ଓ ମାଲିକ ଦୁଇ ଜଣ ଗାଡ଼ିରେ ରହିଥିଲେ, ଏହି ଦୁର୍ଘଟଣା ରେ ଦୁହେଁ ଗୁରୁତର ଭାବରେ ଆହତ ହୋଇଥିବା ଜଣା ପଡିଛି |

ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଜୟପୁର ସ୍ଥାନାନ୍ତର କରାଯାଇଛି ଉଷା ହସ୍ପିଟାଲ ରେ ଭର୍ତି କରାଯାଇଛି | ଗାଡି ଦୁର୍ଘଟଣା ହେବାର ଦୁଇ ମିନିଟ ଭିତରେ ଦେବଦୁତ ଭଳି ଡାବୁଗୁଡ଼ା ଗ୍ରାମ ର ଶୂକ୍ରା ଖାରା ସେଠାରେ ପହଂଚି ଯାଇ ଆହତ ଦୁଇଜଣକୁ ଗାଡି ଭିତରୁ ଉଦ୍ଧାର କରିଛନ୍ତି | ଗାଡି ଟି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ର ସାନଡୁରାଲ ଗ୍ରାମ ର ଦୟା ଚାଲାଣ ବୋଲି ଜଣା ପଡିଛି. ଏବଂ ସେ ନିଜେ ଦୁର୍ଘଟଣା ରେ ଆହତ ହୋଇଛନ୍ତି | ଶୂକ୍ରା ଖରା ଙ୍କ ଯୋଗୁଁ ଦୁଇ ଦୁଇ ଟି ଅମୁଲ୍ୟ ଜୀବନ ବଞ୍ଚି ଯାଇଥିବାରୁ ଜନସାଧାରଣ ତାଙ୍କୁ ସାଧୁବାଦ ଜଣେଇଛନ୍ତି |

ad-week
Leave A Reply

Your email address will not be published.