
କରଞ୍ଜିଆ : ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଯୁବକଙ୍କ ମୃତ୍ୟୁ । ଦୁଇଜଣଙ୍କ ମୃତ୍ୟୁ ପରେ ମୃତଦେହକୁ ଜଗି ରହିଛି ନରହନ୍ତା ଦନ୍ତାହାତୀ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଓଡିଶା ଓ ଝାଡ଼ଖଣ୍ଡ ସୀମାନ୍ତ ବେଣୀସାଗର ଗାଁରେ । ଗତକାଲି ବିଳମ୍ବିତ ରାତିରେ ହାତୀକୁ ଦେଖିବାକୁ ଘରୁ ବାହାରକୁ ବାହାରିଥିବା ବେଳେ ହାତୀ ଆକ୍ରମଣରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି ।
ଘଟଣା ସ୍ଥଳରେ ଝାଡଖଣ୍ଡର ବନବିଭାଗ ପହଁଞ୍ଚି ଥିବା ବେଳେ ଦୁଇ ମୃତଦେହକୁ ଜଗିରହିଛି ନରହନ୍ତା ଦନ୍ତା । ବନବିଭାଗ ପକ୍ଷରୁ ହାତୀକୁ ଘୋଉଡାଇବା ପାଇଁ ଉଦ୍ୟମ କରିବାବେଳେ ଝାଡ଼ଖଣ୍ଡ ରାଜ୍ୟର ଜଣେ ବନ ବିଭାଗ କର୍ମଚାରୀକୁ ଆକ୍ରମଣ କରିଛି ହାତୀ । ଗୁରୁତର ଅବସ୍ଥାରେ ଝାଡ଼ଖଣ୍ଡ ରାଜ୍ୟର ଚାଇବସା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଝାଡ଼ଖଣ୍ଡ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ ।