ବାପାର କୁରାଢ଼ୀ ଚୋଟରେ ପୁଅ ମୃତ

newyr25

ଠାକୁରମୁଣ୍ଡା: ବାପାର କୁରାଢ଼ୀ ଚୋଟରେ ପୁଅର ମୃତ୍ୟୁ ହୋଇଛି । ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଭରାଣ୍ଡିଆ ଗ୍ରାମରେ । ସେହି ଗ୍ରାମର ଅନାମ ବାଉଁଶିଆ ନିଜ ବଡପୁଅ ତପନ ବାଉଁଶିଆକୁ ଏକ କୁରାଢ଼ୀରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ।

ସୂଚନାଥାଉକି ଗତକାଲି ସନ୍ଧ୍ୟା ୯ଘଟିକା ସମୟରେ ବାପା ଅନାମ ବାଉଁଶିଆ ରୋଷେଇ କରୁଥିବା ବେଳେ ପୁଅ ତପନ ମଦ ପିଇ ଆସି ବାପାକୁ ପାର୍ଟିତୁଣ୍ଡ କରିବା ସହିତ ଗୋଇଠା ମାରିବାରୁ ବାପା ରାଗି ଯାଇ ଏକ କୁରାଢ଼ୀରେ ହାଣି ହତ୍ୟା କରିଥିଲା । ଏହାପରେ ଠାକୁରମୁଣ୍ଡା ଥାନାରେ ଆତ୍ମସମର୍ପଣ କରିଛନ୍ତି ବାପା। ଠାକୁରମୁଣ୍ଡା ଥାନା ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ବାରିପଦାରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜୋରଦାର କରିଛି ।

Leave A Reply

Your email address will not be published.