ଧରାକୋଟ ମିଲେର ମାନଙ୍କ ଉପରେ ଗୋଦି ମିଡ଼ିଆ ଙ୍କ ଆତଙ୍କ ରାଜ…..!

ଆମ ଲେଖା ଛିଣ୍ଡାଅ…!

add-all


ଆମ କଥା ବୁଝ ନହେଲେ ଆମେ ତମ କଥା ବୁଝିବୁ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳ ରେ ଥିବା କିଛି ମିଲେର ମାନଙ୍କ ଉପରେ ଗୋଦି ମିଡ଼ିଆ ଦାଉ ସାଜୁଥିବା ଅଭିଯୋଗ ଆସିଛି। କଟନୀ ଛଟନୀ ର ଆଳ ଦେଖାଇ ତିନିଜଣ ଇଲୋକ୍ଟ୍ରୋନିକ୍ସ ମିଡ଼ିଆର ବୁମ୍ ଧରି ୬୦ ହଜାର ଟଙ୍କା ଦାବୀ କରି ଧମକ ଦେଉଥିବା ଅଭିଯୋଗ ହୋଇଛି। ପ୍ରଶାସନ କୁ ଢାଲ କରି ଗୋଦି ମିଡ଼ିଆ ଚାଷୀଙ୍କ ଠାରୁ ୫ କିଲୋ ଧାନ ଓଜନ ରେ କାଟୁ ଥିବା କିଛି ଚାଷୀଙ୍କ ବାଇଟ ଆଣି ବଡ଼ ବାବୁ ମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବି ଅଭିଯୋଗ ଆସୁଛି। କିଛି ମିଲେର ନାମ ଗୋପନ ରଖି ଏହି ତିନି ଜଣ ଗୋଦି ମିଡ଼ିଆ ମୋଟା ଅଙ୍କ ଦାବୀ କରୁଥିବା ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି ଗତ ବର୍ଷ ଏହି ତିନିଜଣ ଗୋଦି ମିଡ଼ିଆ ଜଣେ ମିଲେର ଙ୍କ ପାଖରୁ ଗମ ଧାନ ବୋଲି ମୋଟା ଅଙ୍କ ହାତେଇ ଥିବାର ନଜିର ରହିଛି। ସକାଳ ହେଲେ ଏହି ତିନିଜଣ ଗୋଦି ମିଡ଼ିଆ ଧାନ ମଣ୍ଡି ଓ ମିଲର ମାନଙ୍କୁ ଧମକ ଚମକ ଦେଉଥିବା ନେଇ ମିଲେର ମାନେ ଶେଷରେ ଭଞ୍ଜନଗର ଉପ ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଖସଡ଼ା ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ର ଆଭାସ ମିଳିଛି। ମିଲର ମାନେ ଏଭଳି ଗୋଦି ମିଡ଼ିଆ ଠାରୁ ଦୂରରେ ରହିବାକୁ ଅନ୍ୟ ମିଲର ମାନଙ୍କୁ ନିବେଦନ କରିଛନ୍ତି। ଏବଂ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ମିଲର ମାନେ ଅନୁରୋଧ କରିଛନ୍ତି l

ad-week
Leave A Reply

Your email address will not be published.