ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ଅନ୍ନପୂର୍ଣ୍ଣା ଦିବସ ପାଳନ

add-all

ନୟାଗଡ଼: ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ଜାମୁସାହି ସ୍ଥିତ ଜନ ମିଲଟନ୍ ସ୍କୁଲ ଫର୍ ଡିଫ୍, ଡମ୍ବ ଏବଂ ବ୍ଲାଇଣ୍ଡ୍ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ଅନ୍ନପୂର୍ଣ୍ଣା ଦିବସ ପାଳନ କରାଯାଇଛି। ରୋଟାରୀ କ୍ଲବ ନୟାଗଡ଼ର ସଭାପତି ବସିରନ ବିବିଙ୍କ ନେତୃତ୍ୱରେ ସ୍କୁଲର ଅନ୍ତେବାସୀ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ପରିବେଷଣ କରା ଯାଇଥିଲା। ଏହି ଅବସରରେ ସଭାପତି ବସିରନ ବିବି କହି ଥିଲେ ଯେ ଆଗାମୀ ଦିନରେ ସ୍କୁଲର ଯେଉଁ ଛୋଟ ଛୋଟ ସମସ୍ୟା ରହିଛି, ସେଗୁଡ଼ିକୁ ଦୂର କରିବା ପାଇଁ ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ଯଥା ସମ୍ଭବ ସହଯୋଗ କରାଯିବ।
ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ଶ୍ରୀକାନ୍ତ କୁମାର ଖଟେଇ, ଧିରେନ୍ଦ୍ର କୁମାର ପଟ୍ଟନାୟକ, ବାସୁଦେବ ସାହୁ ଓ ଲକ୍ଷ୍ମୀନାରାୟଣ ରଥ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କ ସହ ଆଲୋଚନା କରି ସେମାନଙ୍କ ଭଲମନ୍ଦ ବୁଝିଥିଲେ। ସ୍କୁଲର ସଂପାଦକ ଜିତେନ୍ଦ୍ର କୁମାର ଲେଙ୍କା ଓ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ। ରୋଟାରୀ କ୍ଲବ ନୟାଗଡ଼ର ସଂପାଦକ ଅବିନାଶ ସାହୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.