ଅପହୃତା ନାବାଳିକା ଉଦ୍ଧାର : ଯୁବକ ଗିରଫ

newyr25

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଶରଣକୁଳ ଥାନା ପୋଲିସ ଖୋର୍ଦ୍ଧା ଜିଲ୍ଲା ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ପଣ୍ଡା ପାର୍କ ଅଞ୍ଚଳରେ ରହୁଥିବା ଅପହରଣକାରୀ ଅଭିଯୁକ୍ତ ଯୁବକଙ୍କ ଘରୁ ଅପହୃତା ନାବାଳିକାକୁ ଉଦ୍ଧାର କରିବା ସହିତ ଅପହରଣକାରୀ ଯୁବକକୁ ପୋସ୍କୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜାମିନ ଖାରଜ ହେବାରୁ ଅଭିଯୁକ୍ତ ଯୁବକକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ଯୁବକ ଜଣକ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଂଚଳର ରାହୁଲ ରାଉତ(୨୪) । ୨୦୨୫ ମସିହା ନଭେମ୍ବର ୮ ତାରିଖରେ ଶରଣକୁଳ ଛକରୁ ନାବାଳିକା ଅପହରଣ ନେଇ ନାବାଳିକା ର ବାପା ଶରଣକୁଳ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗକୁ ଆଧାର କରି ଶରଣକୁଳ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ଅଭିଯୁକ୍ତ ରାହୁଲ କୁ ପୋସ୍କୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.