ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ କାର୍ଯ୍ୟକ୍ରମ ଉଦ୍ଘାଟିତ

newyr25

ନୟାଗଡ଼,୧୪/୦୧ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ସ୍ଥିତ ପିଏମ ଶ୍ରୀ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ କାର୍ଯ୍ୟକ୍ରମ ଉଦ୍ଘାଟିତ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦାନ କରିବା ସହିତ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ବିକଶିତ ଭାରତ ଓ ସମୃଦ୍ଧ ଓଡିଶା ଗଠନର ଆଧାର ହେଉଛି ବିଦ୍ୟାର୍ଥୀ ନିର୍ମାଣ l ତେଣୁ ସେମାନଙ୍କର ସୃଜନାତ୍ମକ ଶକ୍ତିର ବିକାଶ ସମେତ ଗବେଷଣାଧର୍ମୀ ମନୋଭାବକୁ ଆମେ ସମସ୍ତେ ପ୍ରୋତ୍ସାହନ ଦେବା ଦ୍ଵାରା ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ସମ୍ଭବପର ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ ।

ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିବା ସହ ଆଗାମୀ ଦିନରେ ତାଙ୍କର କୃତିତ୍ୱ ଆମ ସମସ୍ତଙ୍କୁ ଗୌରବାନ୍ୱିତ କରିବ ବୋଲି ବାଚସ୍ପତି ନିଜ ଅଭିଭାଷଣରେ କହିଥିଲେ l ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ପ୍ରକଳ୍ପ ଗୁଡ଼ିକ ଖୁବ୍ ଆକର୍ଷଣୀୟ ଏବଂ ଶିକ୍ଷଣୀୟ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ବେହେରା,ଗୋପାଳପୁର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ତରେଇ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ପରିଚାଳନା ସମିତି ସଦସ୍ୟ ଓ ଅନ୍ୟ ଅତିଥିଗଣ ଉପସ୍ଥିତ ଥିଲେ l

Leave A Reply

Your email address will not be published.