ଆକ୍ସନ ମୁଡ଼ରେ ଆସିକା ପୋଲିସ : ବିଭିନ୍ନ ସ୍ଥାନରୁ ଚୋରା ବାଲି ଚାଲାଣ ବେଳେ ୯ ହାଇୱା ଅଟକ..!

add-all

ବ୍ରହ୍ମପୁର : ଆସିକା ଅଞ୍ଚଳରେ ବେଆଇନ ବାଲି ଘାଟ ଚାଲିଛି। ବହୁ ଚର୍ଚ୍ଚିତ କେନ୍ଦୁପଦର ବେଆଇନ ବାଲି ଘାଟ ରୁ ଜେସିବି ଓ ହାଇୱା ଜବତ କରିବା ପରେ ବିନା ଜରିମାନା ରେ ଛାଡ଼ି ଦେବା ଯୋଗୁଁ ଜୁନିଅର ମାଇନିଙ୍ଗ ଅଫିସର ନିଲମ୍ବିତ ହୋଇ ଥିଲେ। ଏହି ବେଆଇନ ଘାଟ ଉପରେ ମହିଳା ନେତ୍ରୀ ଅଚାନକ ଚଢ଼ାଉ କରି କିଛି ହାଇୱା ଜେସିବି ଧରି ପ୍ରଶାସନ କୁ ହସ୍ତାନ୍ତର କରିଥିଲେ।

ମାଇନିଙ୍ଗ ବିଭାଗ ଓ ରାଜସ୍ବ ବିଭାଗ ସମ୍ପୂର୍ଣ୍ଣ ଚୁପଚାପ ରହିବା ଫଳରେ ବେଆଇନ ବାଲି ଚୋରା ଚାଲାଣ ଖୁଲାମ ଖୁଲା ହେଉଛି। ଆଜି ଭୋରରେ ଆସିକା ପୋଲିସ ପକ୍ଷରୁ ରାଜପଥ ରୁ ବେଆଇନ ଭାବେ ଚୋରା ବାଲି ଚାଲାଣ ବେଳେ ୯ ଟି ହାଇୱା କୁ ଧରିଆଣି ପୋଲିସ ଥାନା ସମ୍ମୁଖରେ ରେ ଅଟକ ରଖାଯାଇଛି। ୱାଇ ଫର୍ମ ଓ ଅନ୍ୟ ନଥିପତ୍ର ଯାଞ୍ଜ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି।

ପ୍ରକାଶ ଥାଉକି ଆସିକା ଠାରେ ଥିବା ବେଆଇନ ବାଲି ଘାଟ ଉପରେ ବିରୋଧି ଦଳ ମାନଙ୍କ ପକ୍ଷରୁ ଚଢ଼ାଉ ଜାରି ରହିବା ଫଳରେ ପ୍ରଶାସନ ର ମୁଣ୍ଡ ବ୍ୟଥା ବଢିଯାଇଛି। ବିରୋଧି ଦଳ ମାନଙ୍କ ପକ୍ଷରୁ ଚଢ଼ାଉ ଜାରି ରହିବା ଯୋଗୁଁ ଶାସକ ଦଳ ପାଇଁ ଖୋଲା ଚ୍ୟାଲେଞ୍ଜ ସଦୃଶ୍ୟ ପାଲଟି ଥିବା ନେଇ ସହରରେ ଚର୍ଚ୍ଚା ର ବିଷୟ ହୋଇଛି। ପ୍ରଶାସନ ର କାର୍ଯ୍ୟ ବିରୋଧି ଦଳ ମାନଙ୍କ ପକ୍ଷରୁ କରାଯାଉଥିବା ଯୋଗୁଁ ଚାରିଆଡେ ଚର୍ଚ୍ଚା ହେଉଛି।

ପୂର୍ବରୁ ଖଣି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ପୋଲିସ କୁ ହାଇୱା ଓ ଜେସିବି ହସ୍ତାନ୍ତର କରିବା ପୁଣି କାଗଜ ପତ୍ର ଠିକ ଠାକ ଥିବାର ଦର୍ଶାଇ ପୁଣି ଯାନବାହାନ ଛାଡ଼ି ଦେବାକୁ ନିର୍ଦେଶ ମିଳି ଥିବାର ପୂର୍ବରୁ ନଜିର ରହିଛି। ବେଆଇନ ବାଲି ଗାଡ଼ି ଗୁଡିକୁ ଯେଉଁ ସ୍ଥାନରୁ ଜବତ କିମ୍ବା ଅଟକ ରଖାଯାଉଛି। ସେଠାରେ କାଗଜ ପତ୍ର କିମ୍ବା ୱାଇ ଫର୍ମ ଯାଞ୍ଚ ପ୍ରକ୍ରିୟା କାହିଁକି ହୁଏ ନାହିଁ….? ଜବତ ଅଟକ ପରେ ଅଦୃଶ୍ୟ ଶକ୍ତିର ଚାପରେ ଗାଡ଼ି ଗୁଡାକୁ ଛଡ଼ା ଯାଉଥିବା ଆଲୋଚନା ହୋଇ ଆସୁଛି।

ad-week
Leave A Reply

Your email address will not be published.