ଆସିକା ପୋଲିସ ଉପଖଣ୍ଡରେ ମିଳିତ ଚଢ଼ାଉ : ୭ ଏମ.ଏମ ମାଉଜର ସହିତ ଜୁଆଡ଼ି ଗିରଫ

newyr25

ବ୍ରହ୍ମପୁର : ଗତକାଲି ରାତ୍ରୀ ରେ ଆସିକା ଏସ.ଡି.ପି.ଓ ସନ୍ତୋଷ କୁମାର ଜେନା ଙ୍କ ନେତୃତ୍ୱରେ ପୋଲିସ ର ଏକ ଟିମ ଆସିକା ଥାନା ଅଧିକାରୀ କୁଳମଣି ସେଠୀ ଙ୍କ ସହିତ କାଳଷଣ୍ଢ ପୁର ନିକଟ ଋଷିକୂଲ୍ୟା ନଦୀ ବ୍ରିଜ ଉପରୁ ଆଜି ଭୋର ରୁ ଦୁଇ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଦୁଇଟି ୭ ଏମ ଏମ ମାଉଜର ଓ ତିନୋଟି ଜୀବନ୍ତ ଗୁଳି ଜବତ କରିଛନ୍ତି। ଗିରଫ ଦୁଇଜଣ ଧରାକୋଟ ଥାନା ଅଧିନ ଗୋଲା ଦାମୋଦର ପଲ୍ଲୀ ର ବଳିଆ ଓରଫ ବଳରାମ ରେଡ୍ଡୀ, ଓ ସୁନାମହି ଗ୍ରାମ ର ରାଜା ଓରଫ ବିଭି ଚନ୍ଦ୍ର ଜେନା ।ଉଭୟ ଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ଥିବା ବେଳେ କାହାକୁ ଟାର୍ଗେଟ କରି ମାଉଜର ଆସିଥିଲା ତାହା ର ତଦନ୍ତ ଚାଲିଥିବା ଏସ ଡି ପି ଓ ସନ୍ତୋଷ ଜେନା କହିଛନ୍ତି। ସେହିପରି ଆସିକା ଥାନା ଇଲାକରୁ ବିପୁଳ ପରିମାଣର ମଦ ପୋଚ ସମେତ ମଦ ଜବତ ୫ ଜଣ ଙ୍କୁ ଗିରଫ କରାଯଇଛି।

Leave A Reply

Your email address will not be published.