ନୟାଗଡ଼ରୁ ନିଉ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି ଠକଙ୍କ ଚେର : ବିଭିନ୍ନ ମହିଳା ମାନଙ୍କ ସାମଗ୍ରୀ ମିଳୁଥିବା ଦୋକାନକୁ ଟାର୍ଗେଟ

newyr25

ନୟାଗଡ଼ : ନୟାଗଡ଼ରୁ ନିଉ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି ଠକଙ୍କ ଚେର । କେବଳ ମହିଳାମାନଙ୍କ ଚୁଡ଼ି ଦୋକାନକୁ ଠକେଇ ଗ୍ୟାଙ୍ଗ ର ଟାର୍ଗେଟ । ବାହାଡ଼ାଝୋଲା ମା ଲକ୍ଷ୍ମୀ ଭେରାଇଟି ଷ୍ଟୋର ଠକେଇ ଘଟଣାର ୧୦ ଦିନ ପରେ ମାଛିପଡ଼ା ବଜାରରେ ଥିବା ଏକ ଚୁଡ଼ି ଦୋକାନରୁ ଠକେଇ ଗ୍ୟାଙ୍ଗ ଏକ ନାଲି ରଙ୍ଗର କାରରେ ଆସି ସାମଗ୍ରୀ ଦେଇ ଟଙ୍କା ନେଇ ଯିବା ପରେ ମହିଳା ଦୋକାନୀ ଜଣକ ଦେଖିଲା ବେଳକୁ ଠକ ମାନେ ଦେଇଥିବା ସାମଗ୍ରୀ ଠାରୁ ଢେର ଅଧିକ ଟଙ୍କା ଠକି ନେଇ ଘଟଣାସ୍ଥଳରୁ ଚାଲିଯାଇଥିଲେ । ଠକେଇ ଗ୍ୟାଙ୍ଗ ଆଣିଥିବା କାର ରେଜିଷ୍ଟ୍ରେସନ୍ ନମ୍ବର ମାରିବାରୁ ସେଥିରେ ଥିବା ମୋବାଇଲ ନମ୍ବର ୯୮୭୩୪୮୦୫୭୩ ଯାଞ୍ଚ ବେଳେ ମଣ୍ଡୋଲି ନନ୍ଦନଗରୀ ନିଉ ଦିଲ୍ଲୀ ବ୍ୟାଙ୍କ ଅଫ ବରୋଦା ଶାଖାରେ ଗୁଲମ୍ ଆଶ୍ରଫ ନାମରେ ଏକ ଜମା ଖାତା ରହିଛି ବୋଲି ଜଣାପଡିଛି।ଏବଂ ଉତ୍ତରପ୍ରଦେଶ ହାଜିପୁର ଲେନ୍, ଘର ନମ୍ବର ଡି୯/୧୬୭ ଠିକଣା ରହିଛି ।ନୟାଗଡ଼ ପୋଲିସ ଅନୁସନ୍ଧାନ କଲେ ଏହି ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇପାରିବ ।
ସୂଚନା ଅନୁଯାୟୀ ଗତ ଡ଼ିସେମ୍ବର ୨୦ ତାରିଖ ଅପରାହ୍ନ ସମୟରେ ୟୁପି ୧୪ଜିଡି ୨୬୬୭ ନମ୍ବର ବିଶିଷ୍ଟ ୱାଗନର ରେ ଠକେଇ ଗ୍ୟାଙ୍ଗ ବହାଡ଼ାଝୋଲା ମା ଲକ୍ଷ୍ମୀ ଭରାଇଟି ଷ୍ଟୋର ଅଟକି ଦୋକାନ ଭିତରକୁ ୨ ଜଣ ଠକ ଗଲେ। ଦୋକାନରେ ବସିଥିବା ମମତା ସାହୁଙ୍କୁ ଠକ ମାନେ ବଉଦରେ ମିନା ବଜାର ପକାଇଥିବା କଥା କହିଥିଲେ। ବିକ୍ରି ହୋଇନଥିବାରୁ ବଳକା ଜିନିଷ ଗୁଡ଼ିକୁ ଅଧା ମୂଲ୍ୟରେ ଦେଇ ଆମେ ଚାଲି ଯିବୁ କହି କାରରୁ ଭ୍ୟାନିଟ, ଚୁଡ଼ି, ନେକଲେସ, ହାତ ଓ ଗୋଡ଼ ମୁଦି ଏହିପରି ବିଭିନ୍ନ ପ୍ରକାର ଜିନିଷ ଦେଖାଇ ଆଣିଥିବା ସମସ୍ତ ଜିନିଷ ପାଇଁ ୭୬ ହଜାର ଟଙ୍କା ମାଗିଥିଲେ ।ପାଖରେ ଏତେ ଟଙ୍କା ନଥିବାରୁ ସ୍ଥାନୀୟ ବ୍ୟାଙ୍କରେ ସୁନା ବନ୍ଧା ରଖି ଟଙ୍କା ଆଣି ଠକ ମାନଙ୍କୁ ଦେଇଥିଲେ । ଠକ ମାନେ ଟଙ୍କା ଧରି ସଂଗେସଂଗେ ଚାଲିଯାଇଥିଲେ । ହିସାବ ଭୁଲ ହୋଇ ଯାଇଯାଇଛି କହି ମମତା ଫୋନ କରିଥିଲେ ମାତ୍ର ଠକ ମାନେ ବହୁତ ଦୂର ଆସି ଗଲୁଣି କହି ଫୋନ କାଟିଦେଲେ। ମମତାଙ୍କ ସ୍ବାମୀ ସରୋଜ କାରର ପିଛା କରିଥିଲେ ମାତ୍ର କାରର କୌଣସି ସନ୍ଧାନ ପାଇନଥିଲେ। ଏହାକୁ ନେଇ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯାଉଛି ।

Leave A Reply

Your email address will not be published.