ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସମ୍ପର୍କିତ ଜ଼ିଲ୍ଲାପାଳ ସମ୍ମିଳନୀ

add-all

ଆଗାମୀ ପଞ୍ଚାୟତ ତଥା ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ, ନିରପକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ପରାମର୍ଶ

ସମ୍ମିଳନୀରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ସମେତ ଯୋଗ ଦେଲେ ଆଠ ଜ଼ିଲ୍ଲାର ଜ଼ିଲ୍ଲାପାଳ

ଛତ୍ରପୁର :  ଆଗାମୀ ପଞ୍ଚାୟତ ତଥା ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ, ନିରପକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଛତ୍ରପୁରସ୍ଥିତ ଋଷିକୂଲ୍ୟା ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧୀନରେ ଆସୁଥିବା ଜ଼ିଲ୍ଲାକୁ ନେଇ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଆଗାମୀ ଏକ ବର୍ଷ ମଧ୍ୟରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ଯାଇ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ସର୍ଭେ, ବାଲଟ ବକ୍ସ, ଇଭିଏମର ସ୍ଥିତି ଓ ଅବସ୍ଥିତି ଯାଞ୍ଚ, ପଞ୍ଚାୟତ ନିର୍ବାଚନ ପାଇଁ ବୁଥ୍ ପୁନଃଗଠନ ତା ସହ ମତଦାତାଙ୍କ ନିକଟତମ ସ୍ଥାନରେ ବୁଥ୍ ବ୍ୟବସ୍ଥା କରିବା ଆଦି ବିଭିନ୍ନ ବିଷୟରେ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ସବିଶେଷ ସୂଚନା ଏହି ସମ୍ମିଳନୀରେ ଉପସ୍ଥାପନା କରିଥିଲେ।

ଇଲେକ୍ଟରାଲ ରୋଲ୍ ସଂଶୋଧନ, ନିର୍ବାଚନରେ ବ୍ୟବହୃତ ବିଭିନ୍ନ ଫର୍ମ ଓ ଏହାର ବ୍ୟବହାର ସଂପର୍କରେ ସେ ସୂଚନା ଦେଇଥିଲେ । ସାମୁହିକ ଆଭିମୁଖ୍ୟ ନେଇ ସମସ୍ତ କାମ କରିବା ସହିତ ନିର୍ବାଚନ ସମ୍ପର୍କୀୟ ନୀତିନିୟମକୁ କରାୟତ କରିବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରାକ ପ୍ରସ୍ତୁତି ଭଲ ଭାବରେ ହେଲେ ନିର୍ବାଚନ ସମୟରେ କିଛି ଅସୁବିଧା ହେବ ନାହିଁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଏହି ସମ୍ମିଳନୀରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର, ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ସନ୍ତୋଷ କୁମାର ଦାସ, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ; କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ; କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ; କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର; ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ; ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ; ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ; ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ, ସମସ୍ତ ଜ଼ିଲ୍ଲାର ଅତିରିକ୍ତ ଜ଼ିଲ୍ଲାପାଳ, ଉପଜ଼ିଲ୍ଲାପାଳ, ଜ଼ିଲ୍ଲା ପଞ୍ଚାୟତ ଅଧିକାରୀମାନେ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.