ଅନ୍ତଜିଲ୍ଲା ଚୋରା ବାଇକ ଏରୋଗଲା ଲୁଟେରା ଗ୍ୟାଙ୍କ କୋଟିନଡ଼ା ପୋଲିସ ଦ୍ୱାରା ଗିରଫ ୨୨ ବାଇକ ଜବତ….!

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା କୋଟିନଡ଼ା ପୋଲିସ କୁ ବଡ଼ ସଫଳତା ମିଳିଛି। ଏକ ଏରୋଗଲା ଗ୍ୟାଙ୍ଗ କୁ କାବୁ କରି ସେମାନଙ୍କ ନିକଟରୁ ୨୨ ଟି ଚୋରା ମୋଟର ସାଇକେଲ ଜବତ କରିବା ସହ ଆସିକା ଅଞ୍ଚଳର ୪ ଜଣ ଏରୋଗଲା ସମ୍ପ୍ରଦାୟର ଯୁବକ ମାନଙ୍କୁ ଗିରଫ କରାଯାଇଛି। ଆସିକା ଅଞ୍ଚଳରେ ଚୋରା ମୋଟର ସାଇକେଲ ବୁଲୁଥିବାର ଖବର ପାଇ କୋଟିନଡ଼ା ପୋଲିସ ଦୁଇ ଚକିଆ ଯାନବାହାନକୁ ଯାଞ୍ଜ କରିଥିଲେ। ଯାଞ୍ଜ ବେଳେ ୪ ଜଣ ଯୁବକ ଚୋରା ବାଇକ ବ୍ୟବହାର କରୁଥିବା ଜାଣିବା ପରେ ପୋଲିସ ଅଧିକ ତଦନ୍ତ ବେଳେ ବିଭିନ୍ନ ସ୍ଥାନରୁ ୨୨ ଟି ବାଇକ ଜବତ କରିବାରେ ସଫଳତା ମିଳିଥିବା ଆସିକା ଏସ.ଡ଼ି. ପିଓ ସନ୍ତୋଷ କୁମାର ଜେନା ଏକ ସାମ୍ବାଦିକ ସଂମ୍ମିଳନୀ ରେ ପ୍ରକାଶ କରିଛନ୍ତି। କୋଟିନଡ଼ା ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କ ସମେତ ସ୍ୱତନ୍ତ୍ର ପୋଲିସ ବାହିନୀ ଏହି ଚଢ଼ାଉ ରେ ସାମିଲ ହୋଇଥିଲେ। ଚୋରା ବାଇକ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଆନ୍ଧ୍ରା ପ୍ରଦେଶର କିଛି ଜିଲ୍ଲାର ଅଞ୍ଚଳ ରୁ ଚୋରି ହୋଇଥିବା ଗାଡ଼ିକୁ ଜବତ କରାଯଇଛି।

ad-week
Leave A Reply

Your email address will not be published.