ନୟାଗଡ଼ ଇତିହାସ ପୁସ୍ତକ ଉନ୍ମୋଚିତ

add-all

ନୟାଗଡ଼,୨୪/୦୧(ନିସର୍ତ୍ତ) : ଚାରି ଗଡ଼ଜାତର ଗୌରବମୟ ଗାଥାକୁ ନେଇ ଯୁବ ଐତିହାସିକ ପ୍ରଶାନ୍ତ ଦାସଙ୍କ ଲିଖିତ ନୟାଗଡ଼ ଇତିହାସ ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମା ସରସ୍ଵତୀ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟିକ ପ୍ରଦୀପ୍ତ ପଟ୍ଟନାୟକ,ଜିଲ୍ଲା ବାର୍ ଆସୋସିଏସନର ସଭାପତି ରଞ୍ଜିତ ଦାସ ନିର୍ମଳ ଚନ୍ଦ୍ର ସୁରଦେଓ, କବି ଗୋଦାବରୀଶ ମିଶ୍ର,ସାହିତ୍ୟିକା ଅମ୍ବିକା ସ୍ୱାଇଁ, କାଉନସିଲର କିଶାନ ଦାସ ପ୍ରମୁଖ ଯୋଗଦେଇ ନୟାଗଡ଼ ଇତିହାସ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ ।

ପୁସ୍ତକଟି ସଂପର୍କରେ ସାମ୍ୱାଦିକ ଶ୍ରୀଯୁକ୍ତ ରଥ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ବହିଟିର ଆମୂଳଚୁଳ ସମୀକ୍ଷା ବିଶିଷ୍ଟ ସାହିତ୍ୟିକ ପ୍ରଦୀପ୍ତ ପଟ୍ଟନାୟକ। ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଶୁଭେଚ୍ଛୁ ଯୋଗ ଦେଇଥିଲେ । ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ପୁସ୍ତକର ଲେଖକ ପ୍ରଶାନ୍ତ ଦାସ।

ad-week
Leave A Reply

Your email address will not be published.