ସାମ୍ବାଦିକ ଓ ପୋଲିସଙ୍କ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ,ପୋଲିସ ଏକାଦଶ ବିଜୟୀ…

add-all

ନୟାଗଡ଼,୨୫/୦୧ (ନିସର୍ତ୍ତ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବାଘସାମନ୍ତ ଖେଳ ପଡିଆରେ ସାମ୍ବାଦିକ ଓ ପୋଲିସଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚରେ ପୋଲିସ ଏକାଦଶ ପକ୍ଷରୁ ଆଇ.ଆଇ.ସି ଆଶିଷ ଦେବ ସାହୁ ଅଧିନାୟକ ଥିବା ବେଳେ ସାମ୍ବାଦିକ ଏକାଦଶ ପକ୍ଷରୁ ମଧୁ ସୁଦନ ପରିଡ଼ା ଅଧିନାୟକ ଥିଲେ। ଏହି ୧୬ ଓଭର ବିଶିଷ୍ଟ କ୍ରିକେଟ ମ୍ୟାଚରେ ସାମ୍ବାଦିକ ଏକାଦଶ ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବା ପାଇଁ ନିଷ୍ପତି ନେଇ ଥିଲେ । ପ୍ରଥମେ ବ୍ୟାଟିଙ୍ଗ କରି ପୋଲିସ ଏକାଦଶ ୪ ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲେ । ବିପକ୍ଷ ସାମ୍ବାଦିକ ଦଳକୁ ୧୫୯ ରନର ଲକ୍ଷ୍ୟ ଦେଇ ଥିଲେ। ୧୫୯ ରନକୁ ପିଛା କରି ସାମ୍ବାଦିକ ଏକାଦଶ ୬ ୱିକେଟ ହରାଇ ୧୧୦ ରନ ସଂଗ୍ରହ କରି ଥିଲେ। ଫଳରେ ୪୮ ରନରେ ପୋଲିସ ଏକାଦଶ ବିଜୟ ହାସଲ କରିଥିଲେ । ପୋଲିସ ଏକାଦଶ ଦ୍ବିତୀୟ ଥର ବିଜୟୀ ହୋଇ ଥିବାରୁ ପୋଲିସ ଏକାଦଶକୁ ହରାଇବା ପାଇଁ ଯଥା ସମ୍ଭବ ଚେଷ୍ଟା ଜାରି ରଖିଛନ୍ତି ସାମ୍ବାଦିକ ଦଳର ଅଧିନାୟକ ।

ad-week
Leave A Reply

Your email address will not be published.