ଏକତା, ଶାନ୍ତି, ଦେଶଭକ୍ତି ଓ ଦେଶ ପ୍ରେମର ସନ୍ଦେଶ : କଦୁଭାଟାରେ ସାଧାରଣତନ୍ତ୍ର ଦିବସ ପାଳିତ…

newyr25

ଉମରକୋଟ/ରାଇଘର (୨୬/୦୧/୨୦୨୬):
ଭାରତର ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ସଦର କଦୁଭାଟା କାଲି ମନ୍ଦିର ପ୍ରାଙ୍ଗନରେ ହର୍ଷୋଲ୍ଲାସ ସହ ଉଦଯାପିତ ହୋଇଛି। ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ଭାରତୀୟ ସମ୍ବିଧାନର ମୂଲ୍ୟବୋଧକୁ ସ୍ମରଣ କରିବା, ଦେଶର ଗଣତନ୍ତ୍ର ଓ ଏକତାକୁ ମଜବୁତ କରିବା ଏବଂ ନାଗରିକଙ୍କ ମନରେ ଦେଶଭକ୍ତି ଓ ଦାୟିତ୍ୱବୋଧ ଜାଗ୍ରତ କରିବା।


ଅନୁଷ୍ଠାନର ମୁଖ୍ୟ ଅତିଥି ଭାବେ ରାଇଘର ହସ୍ପିଟାଲର ଡାକ୍ତର ଶ୍ରୀ ତପନ କୁମାର ମଣ୍ଡଳ ଉପସ୍ଥିତ ଥିଲେ। ସେ ତାଙ୍କ ମାତା ନମିତା ଢାଳିଙ୍କ ସହ ପ୍ରଥମେ ଧୂପ-ଦୀପ ଓ ନଡ଼ିଆ ଭାଙ୍ଗି ପୂଜା ଅର୍ଚ୍ଚନା କରି ପରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ପତାକା ଉତ୍ତୋଳନ ପରେ “ଜଣ ଗଣ ମନ” ଓ “ବନ୍ଦେ ମାତରମ” ଧ୍ୱନିରେ ସମଗ୍ର ମନ୍ଦିର ପ୍ରାଙ୍ଗନ ଗୁଞ୍ଜି ଉଠିଥିଲା ଓ ଏକ ଦେଶାତ୍ମବୋଧକ ପରିବେଶ ସୃଷ୍ଟି ହୋଇଥିଲା।
ସାଧାରଣତନ୍ତ୍ର ଦିବସ ଆମକୁ ଏହି ଶିକ୍ଷା ଦିଏ ଯେ, ଭାରତର ଶକ୍ତି ହେଉଛି ତାହାର ଏକତାରେ ବିବିଧତା, ଏବଂ ଆମର ଲୋକତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ଶାନ୍ତି, ଶୃଙ୍ଖଳା, ଭାଇଚାରା ଓ ଆଇନ ପାଳନ କରିବା ଆବଶ୍ୟକ।
ଏହି ଉତ୍ସବରେ କାଲିବାଡ଼ି ମନ୍ଦିରର ସମ୍ପାଦକ ତପନ କୁମାର ଗାଇନ, ଶିକ୍ଷକ ଭୀମ ପାଳ, ରଞ୍ଜିତ ସାହା, ଅଶୋକ ଶିକାରୀ, ରାମ ଡାକୁୟା, ପ୍ରଲୋୟ ବିଶ୍ୱାସ, ସୁଖେନ୍ଦୁ ମଣ୍ଡଳ, ନିତାଇ ପାଳ, ନିତାଇ ମଣ୍ଡଳ, ଚିତ୍ତ ବିଶ୍ୱାସ, ହେମନ୍ତ ପାତ୍ର ସହ କଦୁଭାଟାର ମାତ୍ରୀ ସଂଘର ସଦସ୍ୟାମାନେ ଉପସ୍ଥିତ ରହି ଏହି ଦିବସକୁ ସଫଳ କରିଥିଲେ।ଶେଷରେ ସମସ୍ତ ଉପସ୍ଥିତ ଜନସାଧାରଣ ମିଳିମିଶି ଶାନ୍ତିପୂର୍ଣ୍ଣ ଭାବେ ସାଧାରଣତନ୍ତ୍ର ଦିବସ ପାଳନ କରି ଦେଶପ୍ରେମ ଓ ଗଣତନ୍ତ୍ରର ମହତ୍ତ୍ୱକୁ ପୁନଃ ସ୍ମରଣ କରିଥିଲେ।

Leave A Reply

Your email address will not be published.