ବରିଷ୍ଠ କଳାକାର ସଂଘ ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ…

add-all

ବ୍ରହ୍ମପୁର, ତା. ୨୬/୦୧ :କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ଏବଂ “ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ମିଳିତ ଆନୁକୂଲ୍ୟରେ ଦେଶର ୭୭ତମ ଗଣତନ୍ତ୍ର ଦିବସ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ଼ ସ୍ଥିତ ‘ମାନସ ଭବନ’ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ସଂଘ ଶାଖା କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ଜାତୀୟ ପତାକା ଉତ୍ତୋଳନ କରିବା ସହ ସଂଘୀୟ ଅଭିବାଦନ ଗ୍ରହଣ କରିଥିଲେ। ସେ ଗଣତନ୍ତ୍ରର ସୁଦୃଢ ଭିତ୍ତିଭୂମି ଉପରେ ଆମ ବିକାଶ ଓ ପ୍ରତିଷ୍ଠା ଦଣ୍ଡାୟମାନ ବୋଲି ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଉଦବୋଧନ ଦେଇଥିଲେ। ପରେ ତାଙ୍କରି ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଏହି ଅବସରରେ ଆମ ଭାରତ ବର୍ଷ ବସୁଧୈବ କୁଟୁମ୍ବକଂ ଆଦର୍ଶବୋଧକୁ ନେଇ ବିଶ୍ବ ଦରବାରରେ ସଦର୍ପେ ଦଣ୍ଡାୟମାନ ଏବଂ ଏହା ଆମ ସୁଦୃଢ ଭିତ୍ତିପ୍ରସ୍ତର ଉପରେ ସ୍ଥିତ ଗଣତନ୍ତ୍ର ବ୍ୟବସ୍ଥାର କାରଣ ବୋଲି ମତବ୍ୟକ୍ତ କରିଥିଲେ। ସେହିଭଳି କଳାପ୍ରାଣ କୈଳାସ ପାଣିଗ୍ରାହୀ, ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ଅଭିରାମ ରାଉଳ, ପ୍ରାକ୍ତନ ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଆମ ଗଣତନ୍ତ୍ର ପ୍ରକ୍ରିୟା ଭାରତ ବର୍ଷକୁ ସୁଦୃଢ ଏବଂ ଶକ୍ତିଶାଳୀ କରିବା ସହ ବିଶ୍ୱାଶାନ୍ତିକାମୀ ହେତୁ ତାହାର ସୁରକ୍ଷା ଆମ୍ଭମାନଙ୍କ ପରମ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଭିଡିଓ କନଫରେନସିଂ ଯୋଗେ ସଭିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ପ୍ରକାଶ ଚନ୍ଦ୍ର ପଣ୍ଡା, ବଳଦେବ ସାହୁ, ସନିଆ ବେହେରା, ମହେନ୍ଦ୍ର କୁମାର ସାହୁ, ଚିତ୍ତ ରଂଜନ ଦଳେଇ ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.