ଅପରେସନ ଅନ୍ୱେଷା ପାର୍ଟ ୨: ଓଡ଼ଗାଁ ଓ ଶରଣକୁଳ ଥାନା ଅଞ୍ଚଳରୁ ନିଖୋଜ ୩ ନାବାଳିକା ୫ ମହିଳା ଉଦ୍ଧାର…


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଏବଂ ଶରଣକୁଳ ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ୩ ନାବାଳିକା ସମେତ ୫ ଜଣ ମହିଳାଙ୍କୁ ଓଡ଼ଗାଁ ଏବଂ ଶରଣକୁଳ ପୋଲିସ ନିଜ ଉଦ୍ୟମରେ ଉଦ୍ଧାର କରିଥିବା ଜଣାପଡିଛି ।ସମଗ୍ର ନୟାଗଡ଼ ଜିଲ୍ଲାରେ ଅପରେସନ ଅନ୍ୱେଷା ପାର୍ଟ୨ ଚାଲିଥିବା ବେଳେ ନିଖୋଜ ମାମଲା ଗୁଡ଼ିକୁ ସ୍ଵତନ୍ତ୍ର ଭାବରେ ପୋଲିସ ଧ୍ୟାନ ଦେବା ସହିତ ନିଖୋଜ ମହିଳା ତଥା ନାବାଳିକା ମାନଙ୍କୁ ଉଦ୍ଧାର ପରେ ଆବଶ୍ୟକ ପ୍ରକ୍ରିୟା ଗ୍ରହଣ କରି ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।ପୋଲିସ ତରଫରୁ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ad-week
Leave A Reply

Your email address will not be published.