ଚନ୍ଦ୍ରମlଦେଇପୁରରେ ୩ୟ ବାର୍ଷିକ ବିଶ୍ୱଶlନ୍ତି ଶ୍ରୀମଦ ଗୀତା ମହାଯଜ୍ଞ ଅନୁଷ୍ଠିତ..

newyr25

(କଳସ ଯାତ୍ରାରେ ଯୋଗଦେଲେ ଶତାଧିକ ବ୍ରତଧାରୀ)

ନୟାଗଡ଼, ୨୫/୧(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମପଞ୍ଚୟତ ଅନ୍ତର୍ଗତ ଚନ୍ଦ୍ରମା ଦେଇପୁର ଗ୍ରାମସ୍ଥିତ ମା, ବ୍ରlହ୍ମଣୀ ଦେବୀଙ୍କ ପୀଠରେ ନୟାଗଡ଼ସ୍ଥିତ ଶ୍ରୀ ଯୋଗବେଦାନ୍ତ ସମିତି ଓ ଚନ୍ଦ୍ରମlଦେଇପୁରୁ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଏବଂ ଶ୍ରୀମଦ ଗୀତା ମହାଯଜ୍ଞ ପ୍ରଚାରକ ଅନ୍ତର୍ଯ୍ୟାମୀ ସାହୁଙ୍କ ଆବାହକତ୍ୱରେ ମହାଆଡମ୍ବର ସହକାରେ ରବିବାର ଦିନ ଏକ ଦିବାସୀୟ ବିଶ୍ଵଶାନ୍ତି ଶ୍ରୀମଦ ଗୀତା ମହାଯଜ୍ଞ ହୋଇଯାଇଅଛି । ଏହି ଶ୍ରୀମଦ ଗୀତା ମହାଯଜ୍ଞ କଳସ ଯାତ୍ରାରେ ବ୍ରତଧାରୀମାନେ ନୂତନ ବସ୍ତ୍ର ପରିଧାନ କରି ମନ୍ଦାକିନୀ ସେତୁର ପବିତ୍ର ଜଳ ସହିତ ନିଷ୍ଠାର ସହ ପୂଜା ଅର୍ଚନା ପରେ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲl । ଗ୍ରାମବାସୀମାନେ ନିଜନିଜର ଦୁଆରେ ଝୋଟି, ଚିତା, ଦୀପ ପ୍ରଜ୍ବଳନ, କଳସ ସ୍ଥାପନ କରି କଳସ ଯାତ୍ରାକୁ ଭବ୍ୟ ସ୍ୱାଗତ କରିଥିଲେ । ଏହି ବିଶ୍ଵଶାନ୍ତି ଗୀତା ମହାଯଜ୍ଞ ଶୁଭ ଅଙ୍କୁରlରୋପଣ, ଶାଲା ମଣ୍ଡନ, କଳସ ଯାତ୍ରା, ବ୍ରହ୍ମlବରଣ, ଅଗ୍ନିସ୍ଥାପନ, ପ୍ରସାଦ ସେବନ,ସୂର୍ଯ୍ୟପୂଜା, ଗୋପୂଜା,

ଶାଲାସଂସ୍କାର, ଚଣ୍ଡୀପାଠ, ଗବ୍ୟାହୃତି,ପୂର୍ଣ୍ଣାହୁତି, ଚରୁସେବନ ଅନୁଷ୍ଠିତ ହୋଇଥିଲା । ଏହି ୩ୟ ବାର୍ଷିକ ଶ୍ରୀମଦ ଗୀତା ମହାଯଜ୍ଞରେ କର୍ତ୍ତାଭାବେ ଭଗବାନ ସାହୁ , ତାଙ୍କ,ସହଧର୍ମିଣୀ ସତ୍ୟଭାମା ସାହୁ କର୍ତ୍ତକର୍ତ୍ତୀ ଭାବେ ସମ୍ପାଦନ କରିଥିବଲେ । ଏହି ତୃତୀୟ ବାର୍ଷିକ ଶ୍ରୀମଦ ଗୀତା ମହାଯଜ୍ଞକୁ ପଣ୍ଡିତ
ପ୍ରାକ୍ତନ ସଂସ୍କୃତ ପ୍ରଫେସର ଡ଼ ଉମେଶ ଚନ୍ଦ୍ର ଦାସ, ତ୍ରିଲୋଚନ ଚୌଧୁରୀ, ଜଗନ୍ନାଥ ମହାପାତ୍ର ଓ ଶିଶୁ ପଣ୍ଡିତ ଜଗଦୀଶ ପ୍ରମୁଖ ଯଜ୍ଞ ପରିଚାଳନା କରିଥିଲେ । ଶତାଧିକ ବ୍ରତ ଧାରୀ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ମା ବ୍ରହ୍ମଣୀ ଦେବୀଙ୍କ ଦର୍ଶନ କରି କୃପା ଭିକ୍ଷା ଲାଭ କରିଥିଲେ । ଏହି ବିଶ୍ଵଶାନ୍ତି ଗୀତା ମହାଯଜ୍ଞକୁ ଗୋବିନ୍ଦ ପାଇକରାୟ ଆଇନଜୀବୀ ଯୁଧିଷ୍ଠିର ବେହେରା, ଧରି ମହାନ୍ତି, କବିନ୍ଦ୍ର ବିଶ୍ୱାଳ, ରସାନନ୍ଦ ମଣ୍ଡଳ, ଆନନ୍ଦ ବେହେରା, ଓ ଫକୀର ଲେଙ୍କାଙ୍କ ସମେତ ଚନ୍ଦ୍ରମା ଦେଇପୁର ଗ୍ରାମବାସୀ, ସମାଜସେବୀ ଶ୍ରୀମଦ ଗୀତା ପ୍ରେମୀ ଉପସ୍ଥିତ ରହି ସହଯୋଗକରି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଏହି ଶ୍ରୀମଦ ଗୀତା ମହାଯଜ୍ଞ ଚନ୍ଦ୍ରମା ଦେଇପୁର ଗ୍ରାମକୁ ଆଧ୍ୟାତ୍ମିକ ପରିବେଶ ସହିତ ହୁଳହୁଳି ଶବ୍ଦରେ ପ୍ରାକମ୍ପିତ ହୋଇଥିଲା ।

Leave A Reply

Your email address will not be published.