
ଛତ୍ରପୁର : ଗଂଜାମ ଜିଲାସ୍ତରୀୟ ଜାତୀୟ ମତଦାତା ଦିବସ-୨୦୨୬ ମହାସମାରୋହରେ ଛତ୍ରପୁରସ୍ଥିତ ଜିଲ୍ଲାପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା ଯୋଗଦେଇ ଜାତୀୟ ମତଦାତା ଦିବସର ମହତ୍ଵ ଓ ମତଦାନର ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଓ ଡେପୁଟି ବିଏମସି କମିଶନର, ବ୍ରହ୍ମପୁର କଲ୍ୟାଣୀ ସଂଘମିତ୍ରା ଯୋଗଦେଇ ଛାତ୍ରଛାତ୍ରୀ ଓ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଡେପୁଟି କଲେକ୍ଟର, ନିର୍ବାଚନ ଅରୁଣ କୁମାର ଖଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏହି ଅବସରେ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ ଅଫିସରୁ ବାହାରି ସହର ପରିକ୍ରମା କରିବା ପରେ ଋଷିକୁଲ୍ୟା ସମ୍ମିଳନୀରେ ପହଞ୍ଚିଥିଲା । ଭୋଟର ତାଲିକା ପ୍ରସ୍ତୁତ ଠାରୁ ଆରମ୍ଭ କରି ଭୋଟରଙ୍କ ଘରକୁ ଘର ଯାଇ ଏନେଇ ସଚେତନ କରିଥିବାରୁ ୧୩ ଜଣ ବୁଥ୍ ସ୍ତରୀୟ ଅଧିକାରୀ ଓ ୧୩ ଜଣ ବିଏଲଓ ସୁପର ଭାଇଜରଙ୍କୁ ପୁରସ୍କୃତ କରାଯାଇଥିଲା । ୧୫ କଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଥମ କରି ଭୋଟର ତାଲିକାରେ ନାଁ ସଂଯୋଗ କରିଥିବା ୧୮ ଜଣ ଯୁବ ଭୋଟରଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।