ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ ଏବଂ ଜାତୀୟ ଶିକ୍ଷାନୀତି ୨୦୨୦ ଶୀର୍ଷକ ଆଲୋଚନା

newyr25

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଜାତୀୟ ଶିକ୍ଷାନୀତି ୨୦୨୦ ଶୀର୍ଷକ ଆଲୋଚନାଚକ୍ର ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ ହୋଇଅଛି ।ସଂଘର ସଭାପତି ନରେଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଣପୁର ବିଧାୟିକା ତଥା ଓଡ଼ିଶା ରାଜ୍ୟ ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ବନଲତା ମହାନ୍ତି, ରାଜ୍ୟ ଶିକ୍ଷକ ସଂଘର ସମ୍ପାଦକ ଜ୍ୟୋତିରଂଜନ ମିଶ୍ର, ଜିଲ୍ଲା ଶିକ୍ଷକ ସଂଘ ସଂପାଦକ ଭକ୍ତ ରଞ୍ଜନ ମିଶ୍ର, ବ୍ଲକ ସାଧନ ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାଜକିଶୋର ସାହୁ, ରଘୁନାଥ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ୪୨ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଓ ୨ଜଣ ଅଣ ଶିକ୍ଷକଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ଭକ୍ତରଞ୍ଜନ ମିଶ୍ର ଓଡ଼ଗାଁ ଶିକ୍ଷକ ଭବନର ଉନ୍ନତିକରଣ, ଓଡ଼ଗାଁ ବ୍ଲକ୍ ପାଇଁ ସ୍ଥାୟୀ ଗୋଷ୍ଠୀ ଶିକ୍ଷାଧିକାରୀ ନିଯୁକ୍ତି ସହିତ ୩ କିରାଣୀ ପଦବୀ ପୂରଣ ପାଇଁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଯାହା ଫଳରେ ପ୍ରତି ମାସ ୫ ତାରିଖରେ ଦରମା ପାଉଥିବା ଶିକ୍ଷକ ମାନେ ପ୍ରତିମାସର ୩୦ ତାରିଖରେ ଦରମା ସହିତ ଏରିଅର ପାଇପାରିବେ । ଅବସର ଶିକ୍ଷକମାନେ ମଧ୍ୟ ଅପଟୁଡେଟ୍ ପେନସନ ସହିତ ସମସ୍ତ ଦେୟ ଅର୍ଥ ଦିଆଯାଇପାରିବ ।ମୁଖ୍ୟ ବକ୍ତା ତଥା ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଶିକ୍ଷକଙ୍କ ସମସ୍ୟା ବିଷୟରେ ଅବଗତ ଥିବା କହିଥିବା ବେଳେ ବାଚସ୍ପତି ଚାହିଁଲେ କ୍ଷଣକରେ ଏସବୁର ସମାଧାନ ହୋଇପାରିବ ବୋଲି ସୂଚନା ଦେଇଥିଲେ ।ନୂତନ ଶିକ୍ଷାନୀତି ୨୦୨୦ ସମୟର ପରିବର୍ତ୍ତନ ଅନୁସାରେ ଶିକ୍ଷାନୀତି ର ପରିବର୍ତ୍ତନର ଆବଶ୍ୟକତା ରହିଛି। ଯେଉଁଦିନ ପର୍ଯ୍ୟନ୍ତ ଶିକ୍ଷକ ମାନଙ୍କୁ ଅତିରିକ୍ତ କର୍ଯ୍ୟଭାରରୁ ମୁକ୍ତ ନକରାଯାଇଛି ସେ ପର୍ଯ୍ୟନ୍ତ ନୂତନ ଶିକ୍ଷାନୀତି ର ପ୍ରୟୋଗ ଅପୂର୍ଣ୍ଣ ରହିବ ବୋଲି ମୁଖ୍ୟବକ୍ତା କହିଥିଲେ ।ସମସ୍ତ ସିଆରସିସି ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.