ଦେଶୀ ମଦ ଜବତ, ମହିଳା ଗିରଫ

add-all

ନୟାଗଡ଼, ୨୯/୦୧(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ଦିନ କୁ ଦିନ ବଢି ଚାଲିଛି ଦେଶୀ ମଦ କାରବାର। ଦେଶୀ ମଦ ଅବକାରୀ ବିଭାଗର ଚିନ୍ତା ବଢ଼ାଇ ଥିଲେ ମଧ୍ୟ ଅବକାରୀ ବିଭାଗ ଶୋଇ ରହି ଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ଅଞ୍ଚଳରେ ହାତରନ୍ଧା ଦେଶୀମଦ କାରବାର ହେଉଥିବା ଅଭିଯୋଗ ପରେ ଅବକାରୀ ଅଧୀକ୍ଷକ ଜ୍ଞାନରଂଜନ ପଣ୍ଡାଙ୍କ ନିର୍ଦେଶ କ୍ରମେ ନୟାଗଡ଼ ଅବକାରୀ ସଦର ରେଞ୍ଜ ଓ ରଣପୁର ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ମିଳିତ ଚଢଉ କରାଯାଇଥିଲା।ଏହି ଚଢ଼ାଉରେ ଚାନ୍ଦପୁର ଥାନା ରାଇପଡା ଗ୍ରାମ ପିଙ୍କିନା ବେହେରାଙ୍କ ଠାରୁ ୨୧ ଲିଟର ହାତରନ୍ଧା ଦେଶୀମଦ ଜବତ କରାଯିବା ସହ ମଦ ବିକ୍ରି ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇ ଥିବା ଜଣାପଡିଛି। ଗିରଫ ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ad-week
Leave A Reply

Your email address will not be published.