ରାଜନୀତି ବିଜ୍ଞାନ ବିଭାଗରେ ଆଲୋଚନା ଚକ୍ର :ପୁରୁଷ ଓ ମହିଳା ସମାଜର ଗୋଟିଏ ମୁଦ୍ରାର ୨ଟି ପାର୍ଶ୍ୱ: ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ

newyr25

ନୟାଗଡ଼,୩୧/୦୧(ନିସର୍ତ୍ତ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆୟୋଜନରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l କଲେଜ ଅଧ୍ୟକ୍ଷ ଡ଼ଃ ବିପିନ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ” ମହିଳା ଓ ବିକାଶ : ସାମ୍ପ୍ରତିକ ସମୟରେ ଆହ୍ୱାନ ” ଶୀର୍ଷକ ଉପରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତ୍ତକୋତ୍ତର ଲୋକ ପ୍ରଶାସନ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ

ଯୋଗଦେଇଥିଲେ l ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଗୌରହରି ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ପ୍ରାଚୀନ ସମୟରୁ ବର୍ତମାନ ପର୍ଯ୍ୟନ୍ତ ମହିଳାମାନଙ୍କ ସ୍ଥିତି, ଆହ୍ୱାନ ଏବଂ ଏହାର ସମାଧାନ ପାଇଁ ପଦକ୍ଷେପ l ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଫରାସୀ ରାଷ୍ଟ୍ର ବିପ୍ଳବ ସମୟରେ ମହିଳାମାନଙ୍କ ଭୋଟଦାନ ଅଧିକାର ମହିଳାଙ୍କୁ କିପରି ସଶକ୍ତ କରିଥିଲା ଏବଂ ସାମ୍ପ୍ରତିକ ସମୟର ସ୍ଥିତି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା l ସମାଜର ବିକାଶ ପାଇଁ ଉଭୟ ପୁରୁଷ ଓ ମହିଳା ଗୋଟିଏ ମୁଦ୍ରାର ୨ଟି ପାର୍ଶ୍ୱ l ଉଭୟଙ୍କ ସହଭାଗିତାରେ ପରସ୍ପରର ବିକାଶ ହୋଇ ପାରିବ ବୋଲି ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ କହିଥିଲେ l ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଶ୍ନଉତ୍ତର ଅଧିବେଶନ ଅନୁଷ୍ଠିତ ହୋଇଥିଲା l ଏଥିରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ମାନେ ଅନେକ ପ୍ରଶ୍ନ ପଚାରିଥିଲେ ଏବଂ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗବେଷଣାର୍ଥୀ ସାମ୍ବାଦିକ ଜୟେନ୍ଦ୍ର ବେହେରା ଆଲୋଚନା ଚକ୍ରରେ ସହଯୋଗ କରିବା ସହ ତଥ୍ୟ ସଂଗ୍ରହ କରିଥିଲେ l ଅଧ୍ୟାପିକା ସ୍ଵାଗତିକା ପରିଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପରିଶେଷରେ ଅଧ୍ୟାପିକା ସସ୍ମିତା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.