ନୟାଗଡ଼ ସଂରକ୍ଷିତ ଜଙ୍ଗଲରେ ବିରଳ କଳା ବାଘ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲାର ବିଭିନ୍ନସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଉଛି । କଳା ରଙ୍ଗର ବିରଳ ବାଘ ସହିତ ହାତୀ, ଭାଲୁ, ଗୟଳ,କୁଟୁରା, ହରିଣ ମାନଙ୍କ ସଂଖ୍ୟା ସ୍ଵାଭାବିକ ଭାବରେ ବୃଦ୍ଧି ପାଇବାରେ ଲାଗିଛି।ଭୌଗୋଳିକ ପରିସ୍ଥିତି ଉତ୍ତମ ସାଙ୍ଗକୁ ଜଙ୍ଗଲରେ ପ୍ରଚୁର ଖାଦ୍ୟ ରହିଥିବାରୁ ବନ୍ୟପ୍ରାଣୀ ବୃଦ୍ଧି ପାଇଁ ବେଶ୍ ସହାୟକ ହୋଇଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ସେଥିରେ ବନ୍ୟପ୍ରାଣୀ ମାନେ ପଥର ଚାଟୁ ଥିବାର ଦେଖି ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ମାଟିରେ ଲୁଣ ମିଶାଇ ବନ କର୍ମଚାରୀ ମାନେ ବନ୍ୟ ପ୍ରାଣୀଙ୍କ ଆତଯାତ ସ୍ଥାନ ମାନଙ୍କରେ ପକାଇଥିଲେ ।ପରେ ବନ୍ୟପ୍ରାଣୀ ମାନେ ଆନନ୍ଦରେ ଲୁଣ ମିଶା ମାଟିକୁ ଆନନ୍ଦରେ ଖାଉଥିବାର ଦୃଶ୍ୟ କ୍ୟାମେରା ରେ କଏଦ ହୋଇଥିଲା ।ବନଖଣ୍ଡ ଅଧିକାରୀଙ୍କ ସୂଚନା ଅନୁଯାୟୀ ବନ୍ୟପ୍ରାଣୀଙ୍କ ଶରୀରର ସୁସ୍ଥତା ଓ ସନ୍ତୁଳନ ବଜାୟ ରଖିବାକୁ ଲୁଣର ଆବଶ୍ୟକତା ରହିଛି।

ad-week
Leave A Reply

Your email address will not be published.