ପଡିଆ ବ୍ଲକରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ପଡିଆ ବ୍ଲକର ଆଠଗୋଟି ପଞ୍ଚାୟତରୁ ମୋଟ ୪୪ ଟି ଅଭିଯୋଗର ଶୁଣାଣୀ କରାଯାଇଥିବା ଜଣାପଡିଛି। ପଡିଆ ବ୍ଲକରେ ଦେଖା ଦେଇଥିବା ନେଟୱାର୍କ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସୁବିଧା ସମେତ ବିଭିନ୍ନ ଗ୍ରାମରେ ଖେଳ ପଡିଆ ଓ ନଳକୂପ ନିର୍ମାଣ କରିବାକୁ ଅଭିଯୋଗ ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ଦିଆଯାଇଛି।

ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ ଲୋକଙ୍କ ସମସ୍ତ ଅଭିଯୋଗ ଶୁଣିବା ସହ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଡିଓ ଦଶରଥ ସରାବୁ , ପଡିଆ ବ୍ଲକ ଅଧ୍ୟକ୍ଷ କଲ୍ୟାଣ ବିଶ୍ବାସ, ବିଡିଓ ଅଶ୍ଵିନି କୁମାର ମହାପାତ୍ର ସମେତ ବିଭିନ୍ନ ବିଭାଗର ବ୍ଲକ ସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହାପରେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ପଡିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସିଡିଓ ଶ୍ରୀ ସରାବୁ କମାରଗୁଡା ସ୍କୁଲ ଗ୍ରସ୍ତ କରି ମଧ୍ୟାହ୍ନ ଭୋଜନର ଯାଂଚ କରିଥିଲେ।

ad-week
Leave A Reply

Your email address will not be published.