ଛତ୍ରପୁରରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

newyr25

ହସ୍ତଗତ ହେଲା ୧୯୫ ଟି ବ୍ୟକ୍ତିଗତ, ୧୬ ଟି ସାମୁହିକ ଅଭିଯୋଗ

ଛତ୍ରପୁର : ଆଜି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଜିଲ୍ଲା ସଦର ମହକୁମା ଛତ୍ରପୁରସ୍ଥ ଜଉଗଡ ସମ୍ମିଳନୀ କକ୍ଷ ଠାରେ  ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍, ଆରକ୍ଷୀ ଅଧୀକ୍ଷକ, ଗଞ୍ଜାମ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ସୁନିଲ କୁମାର କେରକେଟା ଓ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବିଜୟ କୁମାର ବେହେରା ମୋଟ ୨୧୧ ଟି ଅଭିଯୋଗର ଶୁଣାଣୀ କରିଥିଲେ । ତା ମଧ୍ଯରୁ ୧୯୫  ଟି ବ୍ଯକ୍ତିଗତ ଅଭିଯୋଗ ଏବଂ ୧୬  ଟି ସାମୁହିକ ଅଭିଯୋଗ ଅଟେ  ।

ସମସ୍ତ ଅଭିଯୋଗ ଗୁଡିକର  ତ୍ବରିତ୍ ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି  । ରେଡକ୍ରସ୍ ପାଣ୍ଠିରୁ ୨୧  ଜଣ ବ୍ଯକ୍ତିଙ୍କୁ ୧,୩୭,୫୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା  ।  ସ୍ଥାନୀୟ ଜନସାଧାରଣ ଶିକ୍ଷା, କୃଷି, ସ୍ବାସ୍ଥ୍ଯ, ଭତ୍ତା, ଖାଦ୍ଯ ସୁରକ୍ଷା ଓ ଧାନ କ୍ରୟ, ମନରେଗା, ଗୃହ ନିର୍ମାଣ, ଜିବିକା ମିଶନ୍, ରାଜସ୍ବ, ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ଯା ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଅବଗତ କରିଥିଲେ  ।

       ଏହି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଅନ୍ଯାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ  ।

Leave A Reply

Your email address will not be published.