ଲୋଧାଚୁଆ ବରିଷ୍ଠ ନାଗରିକ ସଂଗଠନର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

newyr25

ନୟାଗଡ଼,୦୫/୦୨(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଲୋଧାଚୂଆ ଗ୍ରାମ ପଞ୍ଚାୟତ ବରିଷ୍ଠ ନାଗରିକ ସଂଗଠନର ୪ର୍ଥ ବାର୍ଷିକ ଉତ୍ସବ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ନବକିଶୋର ମହାପାତ୍ରଙ୍କ ସଭାପତିତ୍ବରେ ଗୋପୀମୋହନ ପୁର ସ୍ଥିତ ଅଚିହ୍ନା ପରମ ହଂସ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ “ଲୟାଲ୍ ୱେଲଫେୟାର୍ ଫାଉଣ୍ଡେସନ୍” ର ସହଯୋଗରେ ବରିଷ୍ଠ ନାଗରିକ ମାନଙ୍କର ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ବାର୍ଷିକ ଉତ୍ସବକୁ ବରିଷ୍ଠ ନାଗରିକ ସଂଗଠନର ରାଜ୍ୟ ସଂଗଠକ ବସନ୍ତ କୁମାର ବାରିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ସଂଗଠନର ସମ୍ପାଦକ ନାରାୟଣ ଇନ୍ଦ୍ରଜିତ ବଳିୟାର ସିଂହ ବାର୍ଷିକ ବିବରଣୀ ପଠନ କରିଥିଲେ। ଉପସ୍ଥିତ ଅତିଥି ମାନେ ବରିଷ୍ଠ ନାଗରିକ ମାନଙ୍କ ଉଦ୍ଦେଶ୍ୟରେ ନୀତିଗତ ଓ ନୈତିକ ଅଧିକାର ସଂମ୍ପର୍କରେ ଅବଗତ କରିଥିଲେ। ଅନୁଷ୍ଠାନର ଦୀର୍ଘ ସ୍ଥାୟୀ କାମନା କରିବା ସହ ପଞ୍ଚାୟତ ସ୍ତରରେ ଏହାକୁ ଶକ୍ତିଶାଳୀ କରିବା ପାଇଁ ଆହ୍ବାନ ଦେଇଥିଲେ। ବରିଷ୍ଠ ନାଗରିକ ମାନଙ୍କୁ ମିଳୁଥିବା ସରକାରୀ ସୁବିଧା ସମ୍ପର୍କରେ ବ୍ୟାପକ ସଚେତନତା କରିଥିଲେ। ଏହି ଉତ୍ସବରେ ୬୦ ଜଣ ବୟୋବୃଦ୍ଧ ଓ ବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା ବେଳେ ୫୦ ଜଣଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତ୍ରିନାଥ ବିଶ୍ବାଳ, ମୁଖ୍ୟ ବକ୍ତା ଭାବେ ପ୍ରଶନ୍ନ କୁମାର ରଥ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ସୁରେଶ ସ୍ବାଇଁ, ସରପଞ୍ଚଙ୍କ ପ୍ରତିନିଧି ସୂର୍ଯ୍ୟ ନାରାୟଣ ପ୍ରଧାନ, ସମିତି ସଭ୍ୟ ମୀନକେତନ ନାୟକ, କୈଳାସ ଚନ୍ଦ୍ର ସାହୁ, ନେତ୍ରାନନ୍ଦ ମହାନ୍ତି, ପୁରସ୍ତମ ନାୟକ, ବୈକୁଣ୍ଠନାଥ ସ୍ବାଇଁ, ଭଗବାନ ଇନ୍ଦ୍ରଜିତ ବଳିୟାର ସିଂହ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ସର୍ବେଶ୍ଵର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଡାକ୍ତର ଆଶୁତୋଷ ପଣ୍ଡା ଓ ଫାଉଣ୍ଡେସନର ପରିଚାଳକ ରମେଶ ଚନ୍ଦ୍ର ସ୍ବାଇଁ ମାଗଣା ସ୍ବାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.