ମେସିନ କରୁଛି ମନରେଗା କାମ : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଶ୍ରମିକ

add-all

କୋରାପୁଟ /କୋଟପାଡ଼ : ଗ୍ରାମାଞ୍ଚଳର ଆର୍ଥିକ ଦୁର୍ବଳ ପରିବାର, ଯେଉଁମାନଙ୍କର ଜୀବନ ଯାପନ ସ୍ତର ଅତି ନଗଣ୍ୟ ସେମାନଙ୍କୁ ଦାରିଦ୍ର୍ୟ ତଥା କ୍ଷୁଧାରୁ ସୁରକ୍ଷା ଦେବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମୂଳ ଲକ୍ଷ୍ୟ, କିନ୍ତୁ ବାସ୍ତବିକତାରେ ଦେଖିବାକୁ ହେଲେ ମେସିନ ଦ୍ୱାରା ରାତାରାତି କାମ ସମ୍ପୂର୍ଣ କରି ନିର୍ଦ୍ଧାରିତ ୧୦୦ ଦିନର ମଜୁରୀ କେବଳ ଜବ କାର୍ଡଧାରୀଙ୍କ ଶ୍ରମ କାଗଜ କଲମରେ ସୀମିତ ହୋଇ ରହିଯାଇଛି ।
ଏହିପରି ଏକ ଦୃଶ୍ୟ ପରିଲକ୍ଷିତ ହୋଇଛି କୋଟପାଡ଼ ବ୍ଲକର ଘୁମର ପଞ୍ଚାୟତ ଅନ୍ତର୍ଗତ କୋଲନୀ ୭ ଗ୍ରାମରେ l ସୂଚନା ଫଳକ ନିର୍ମାଣ ହେବା ପୂର୍ବରୁ ମେସିନ ଦ୍ବାରା ଅର୍ଦ୍ଧାଧିକ ମାଟି ଖୋଳା କାମ ଶେଷ ହୋଇଯାଇଛି l କିନ୍ତୁ କାର୍ଯ୍ୟର ବିବରଣୀ ବର୍ତମାନ ପର୍ଯ୍ୟନ୍ତ ଜନ ସାଧାରଣଙ୍କ ନିମିତ୍ତ ପ୍ରଦାନ କରାଯାଇନାହିଁ l ଏହାକୁ ନେଇ ଜେ ଇ, ପଞ୍ଚାୟତ ଅଧିକାରୀଙ୍କୁ ବୁଝିବାକୁ ପ୍ରୟାସ କରିଥିବା ସତ୍ୱେ ସମ୍ପର୍କ ସ୍ଥାପନ ହୋଇପାରିନାହିଁ l

ad-week
Leave A Reply

Your email address will not be published.