ପ୍ରମାଣ ନଷ୍ଟ କରିବାକୁ କଲେଜ ଅଧ୍ୟକ୍ଷାଙ୍କ ସିସିଟିଭି ଚୋରୀ

add-all

ନୟାଗଡ଼,୦୬/୦୨(ନିସର୍ତ୍ତ) : ପ୍ରମାଣ ନଷ୍ଟ କରିବାକୁ ସିସିଟିଭି ଚୋରୀ କରିନେଲେ କଲେଜ ଅଧ୍ୟକ୍ଷା ।  ଅଫିସରେ ତାଲା ପକାଇଲେ କଲେଜର କର୍ମଚାରୀ। କାର୍ଯ୍ୟଳୟ ବାହାରେ ବସିଲେ ଅଧ୍ୟକ୍ଷା। ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରାଜସୁନାଖଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ମିଶ୍ରଙ୍କ ବିରୋଧରେ ଉଚ୍ଚ ଶିକ୍ଷା ବିଭାଗର ଆରଡି ଏବଂ ଡେପୁଟି ଡାଇରେକ୍ଟରଙ୍କୁ କଲେଜର କର୍ମଚାରୀମାନେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଉଚ୍ଚ ଶିକ୍ଷା ବିଭାଗର ଆରଡି ଏବଂ ଡେପୁଟି ଡାଇରେକ୍ଟର କଲେଜରେ ପହଞ୍ଚି ସମସ୍ତ ପ୍ରସଙ୍ଗକୁ ତଦାରଖ କରିଥିଲେ। ପୂର୍ବରୁ ଅଧ୍ୟକ୍ଷା କର୍ମଚାରୀ ମାନଙ୍କ ପରସନାଲ୍ ଫାଇଲ ଓ ସର୍ଭିସ ବୁକର ସମସ୍ତ ତଥ୍ୟ କାଢି ନେଇଥିବା ସହ ତଥ୍ୟକୁ ଲୁଚେଇବା । ଅଫିସ ଭିତରେ କରାଯାଇଥିବା ଦୁର୍ବ୍ୟବହାର ଓ ଅତ୍ୟାଚାରର ଫୁଟେଜ ନଷ୍ଟ କରିବା ଉଦ୍ଦେଶ୍ୟରେ ଚଞ୍ଚକତା କରି ଅଧ୍ୟକ୍ଷା ତରବରିଆ ଭାବେ ନିଜ ଅଫିସରେ ଲାଗିଥିବା ଅଡିଓ ଭିଡ଼ିଓ ସିସିଟିଭି କୁ କାଢି ନେଇଥିଲେ , ତେଣୁ କଲେଜର କର୍ମଚାରୀ ମାନେ କାର୍ଯ୍ୟଳୟରେ ତାଲା ପକାଇବା ସହ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଏନେଇ କଲେଜ ଅଧ୍ୟକ୍ଷା କହିଛନ୍ତି ମତେ କିଛି କର୍ମଚାରୀ ଦୁର୍ବ୍ୟବହାର କରିଥିବାରୁ ମୁଁ ସିସିଟିଭି ଖୋଲି ନେଇଥିଲି । ଏଥି ସହିତ ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ ମଧ୍ୟ କରିବା ପାଇଁ କହିଛନ୍ତି।

ad-week
Leave A Reply

Your email address will not be published.