ସରସ୍ବତୀ ଶିଶୁ ମନ୍ଦିରରେ ପିତୃମାତୃ ପୂଜା ଦିବସ ପାଳିତ

add-all

ନୟାଗଡ଼,୦୬/୦୨(ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପୋଷ୍ଟ ଅଫିସ୍ ସନ୍ନିକଟ ସରସ୍ବତୀ ଶିଶୁ ଵିଦ୍ଯା ମନ୍ଦିରରେ ପିତୃମାତୃ ପୂଜା ଦିବସ ପାଳିତ ହୋଇ ଯାଇଛି । ଏହି ଦିବସ ଅବସରରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ପିତାମାତା ମାନେ ମଧ୍ଯ ସାଙ୍ଗରେ ଵିଦ୍ୟାଳୟରେ ପହଞ୍ଚି ଥିଲେ । ସମାଜରେ ପିତାମାତା ମାନଙ୍କ ସେଵା କରିବା ପରିବର୍ତ୍ତେ କି ଭଳି ଭାବରେ ଅନାଦାର କରି ବୃଦ୍ଧାଶ୍ରମକୁ ଛାଡି ଦିଆଯାଉଛି । ଫଳରେ ପିତାମାତା ମାନେ ନିଜ ପରିବାର ଠାରୁ ଦୂରରେ ରହିବା ସହିତ ବହୁତ କଷ୍ଟରେ ଜୀବନ ଯାପନ କରୁଛନ୍ତି । ପ୍ରଧାନାଚାର୍ଯା ଅନୁପମା ଦାଶ, ନିରୁପମା କରଙ୍କ ଆବାହକତ୍ୱରେ ମାତାପିତାଙ୍କ ପ୍ରତି ଭକ୍ତି, ସମ୍ମାନ କରିବା ପାଇଁ ମହତପଲା ଏଵଂ ଗୋପାଳପୁର ସରସ୍ବତୀ ଶିଶୁ ମନ୍ଦିର ପକ୍ଷରୁ ଏହି ପିତୃମାତୃ ପୂଜା ଦିବସ ପାଳନ କରାଯାଇ ଥିଲା। ଏହି ଦିବସରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ସେମାନଙ୍କ ପିତା ମାତାଙ୍କ ସେବା ସଦା ସର୍ବଦା କରିବା ପାଇଁ ସାମୂହିକ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ୯୦ ଜଣ ପିତାମାତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ଲିପ୍ସା କବିତା ସ୍ବାଇଁ, ପୂଜା ଜେନା, ପୂଜା ନାୟକ, ଗୁଗୁଲ ଗୁରୁମା ଆଦି ସହଯୋଗ କରି ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.