ସ୍କୁଲ ଛୁଟି ପରେ ଫାଟକ ସାମନାରୁ ନାବାଳିକା ଅପହରଣ ଉଦ୍ୟମ : ଅପହରଣ କାରୀ ଅଟକ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗୌଡ଼ପୁଟ ପଞ୍ଚାୟତ ଅଞ୍ଚଳରେ ଏକ ସ୍କୁଲ ଛୁଟି ହେବାପରେ ଫାଟକ ସାମନାରୁ ଜଣେ ନାବାଳିକାକୁ ଅପହରଣ କରି ନେବାକୁ ଉଦ୍ୟମ କରିଥିବା ଅପହରଣକାରୀ ଯୁବକକୁ ସ୍ଥାନୀୟ ଲୋକମାନେ କାବୁ କରି ଓଡ଼ଗାଁ ପୋଲିସ ଜିମା ଦେଇଥିଲେ।ଅଭିଯୁକ୍ତ ଯୁବକକୁ ଓଡ଼ଗାଁ ଥାନା ଏସଆଇ ଚକ୍ରଧର ସିଂ ପଚରା ଉଚରା କରୁଥିବା ବେଳେ ଅପହରଣ ପାଇଁ ବ୍ୟବହୃତ ବାଇକକୁ ଜବତ କରାଯାଇଛି।ଅଟକ ଥିବା ଯୁବକ ଜଣକ ଶରଣକୁଳ ଥାନା ଅନ୍ତର୍ଗତ ପାଇକାବାଡି ଗାଁର ବିରଞ୍ଚି ମୁଦୁଲି (୨୬)।ସୂଚନା ଅନୁଯାୟୀ ଗତ ୧୩.୧୦.୨୫ ରିଖ ନନ୍ଦୀଘୋର ଜବାହରଲାଲ ସରକାରୀ ହାଇସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଦେଖିବାକୁ ନାବାଳିକା ଜଣକ ଯାଇଥିବା ବେଳେ ବିରଞ୍ଚି ମୁଦୁଲି ସେଠାରୁ ନାବାଳିକାକୁ ଅପହରଣ କରିଥିଲେ ।ଏହାକୁ ନେଇ ନାବାଳିକାର ବାପା ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଓଡ଼ଗାଁ ପୋଲିସ ୩୨୧/୨୫ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ। ୨୪.୦୧.୨୬ ରିଖ ଦିନ ଓଡ଼ଗାଁ ପୋଲିସ ପାଇକବାଡି ବିରଞ୍ଚିର ଜଣେ ସମ୍ପର୍କୀୟଙ୍କ ଘରୁ ନାବାଳିକାକୁ ଉଦ୍ଧାର କରି ତାର ଡାକ୍ତରମାଇନା କରି ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ ପରେ ନାବାଳିକାକୁ ବାପା ମାଆଙ୍କୁ ହସ୍ତାନ୍ତର କରିଥିଲେ ।ନାବାଳିକା ଜଣକ ପାଠ ପଢ଼ୁଥିବା ସ୍କୁଲରେ ଛୁଟି ପରେ ବିରଞ୍ଚି ପୁନର୍ବାର ଅପହରଣ କରିବାକୁ ଉଦ୍ୟମ କରି ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ଓଡ଼ଗାଁ ଥାନାରେ ଅଟକ ରହିଛି ।

ad-week
Leave A Reply

Your email address will not be published.