ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ

newyr25

ନୟାଗଡ଼,୦୭/୦୨(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧୀନରେ ଥିବା ରଣପୁର ରେଞ୍ଜ ଅଞ୍ଚଳରେ କିଛିଦିନ ହେଲା ୧୯ ଟିକିଆ ହାତୀପଲ ବିଭିନ୍ନ ସ୍ଥାନରେ ଘୂରି ବଲୁ ଥିବାର ଜଣା ପଡ଼ିଛି। ଏମାନଙ୍କ ମଧ୍ୟରୁ ଏକ ଦନ୍ତାହାତୀ ହାତୀପଲରୁ ଫିଟି ଆସି ବିଭିନ୍ନ ଗାଁରେ ଉତ୍ପାତ କରୁ ଥିବାର ଦେଖିବାକୁ ମିଳିଛି । କାହାର ଧାନ,ପରିବା ଫସଲ ଖାଇ ନଷ୍ଟ କଲାଣି ତ କାହାର ଧନ ଜୀବନ ନଷ୍ଟ କରୁଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ସୂଚନା ମୁତାବକ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୪୫ରେ ମହତପଲ୍ଲା ପଞ୍ଚାୟତର ବିରୁଡା ଗାଁରେ ଉକ୍ତ ଦନ୍ତାହାତୀ ବୁଲୁଥିବା ସମୟରେ ଭିକାରୀ ବେହେରା ନାମକ ଜଣେ ବ୍ୟକ୍ତି ହାତୀକୁ ଦେଖି ଭୟରେ ଘରେ ପଶି ଯାଉଥିବାବେଳେ ହାତୀ ଭିକାରୀଙ୍କୁ ଶୁଣ୍ଢରେ ଭିଡିଆଣି ଥିଲା । ଭିଡି ଆଣିବା ପରେ ତାର ପାଦରେ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଭିକାରୀଙ୍କ ମୃତ୍ୟୁ ହୋଇ ଯାଇଥିଲା । ହାତୀଟି ଭିକାରୀଙ୍କୁ ମାରି ସ୍ଥାନୀୟ ଜଙ୍ଗଲ ଅଭିମୁଖେ ପଳାଇ ଯାଇଥିଲା। ତେବେ ବନବିଭାଗ ଦନ୍ତା ହାତୀର ଗତିବିଧୀ ଉପରେ ନଜର ରଖି ଘଉଡାଇବାରେ ସମ୍ପୂର୍ଣ ଅକ୍ଷମ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବନବିଭାଗ ହାତୀ ଉପରେ ନଜର ରଖି ଲୋକମାନଙ୍କୁ ସମୟ ପୂର୍ବରୁ ଯଦି ସଚେତନତା ନକରାଇଲେ ଭିକାରୀଙ୍କ ପରି ଅନେକ ଲୋକ ମାନଙ୍କର ଜୀବନ ଦନ୍ତା ପାଦରେ ଜୀବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.