ରାଜସୁନାଖଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ : ୧-୦ ଗୋଲରେ ପପୁଲାର କ୍ଲବ ଢେଙ୍କାନାଳ ବିଜୟୀ

newyr25

ନୟାଗଡ଼ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ପପୁଲାର କ୍ଲବ ଢେଙ୍କାନାଳ ଓ ଖୁଣ୍ଟ କଟା ପରିଷଦ ଆଠଗଡ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଉପ ଜିଲ୍ଲାପାଳ କର୍ଣଦେବ ସମାଦାର ,ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ସମାଜ ସେବୀ ତ୍ରିନାଥ ବିଶ୍ଵାଳ, ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ସମିତି ସଭ୍ୟ ତପନ ପ୍ରଧାନ ଓ ଏସଇ ଆର ଦବ୍ଲୁ ଏସ ଏସ ଆଲୋକ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ଏହି ମ୍ୟାଚରେ ଅତିଥିମାନେ ଓ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ପଡିଆ ମଧ୍ୟରେ ଖେଳାଳୀ ମାନଙ୍କ ସହ କର ମର୍ଦନ କରି ଉତ୍ତମ ଓ ସୁନ୍ଦର ଖେଳ ପ୍ରଦର୍ଶନ କରିବା ପାଇଁ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ପପୁଲାର କ୍ଲବ ଢେଙ୍କାନାଳ ଓ ଖୁଣ୍ଟ କଟା ପରିଷଦ ଆଠଗଡ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ କୌଣସି ଦଳ କେହି କାହାରିକୁ ଗୋଲ ସ୍କୋର କରି ନଥିବା ବେଳେ ଖେଳର ଦିତୀୟାର୍ଦ୍ଧରେ ଢେ଼ଙ୍କାନାଳ ପକ୍ଷରୁ ୯ ନମ୍ବର ଖେଳାଳି ଏକ ଗୋଲ କରିବାରୁ ୧-୦ରେ ଢେଙ୍କାନାଳ ଅଗ୍ରଣୀ ରହିଥିଲା । ତେବେ ୧-୦ ଗୋଲରେ ଢେଙ୍କାନାଳ ବିଜୟୀ ହୋଇଛି । ଏହି ମ୍ୟାଚର ମୁଖ୍ୟ ରେଫରି ସକବାତ ଅଲି ଖାଁ ସହିତ ମିର୍ଜା ସିରାଜୁଦ୍ଦିନ ବେଗ ଓ ଲକ୍ଷ୍ମଣ ଚୌଧୁରୀ ଲାଇନରେ ରହି ସହାୟତା କରିଥିବା ବେଳେ ଚତୁର୍ଥ ରେଫରି ଭାବେ ଆଲୋକ ରଣା ଏବଂ ମ୍ୟାଚ କମିଶନର ସଦାଶିବ ସାହୁ ମ୍ୟାଚକୁ ପରିଚାଳନା କରିଥିଲେ । ଏହି ମ୍ୟାଚକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଦର୍ଶକମାନେ ଆସିଥିଲେ । ଆସନ୍ତା କାଲିର ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ବଜରଙ୍ଗବଲି କ୍ଲବ ଘାଟିକିଆ ଓ ସାନ୍ କ୍ଲବ୍ ଭୁବନେଶ୍ୱର ମଧ୍ୟରେ ହେବ ବୋଲି କ୍ଲବ୍ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.