ରାୟଗଡାରେ ପୁଣି ମାଓ ଆତଙ୍କ…

ମାଓ ମୁକ୍ତ କେବଳ କାଗଜରେ ସୀମିତ…

newyr25

ରାୟଗଡା : ରାୟଗଡାରେ ପୁଣି ମାଓ ଆତଙ୍କ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଓ ଦମନ ପାଇଁ ରଣନତୀ ପ୍ରସ୍ତୁତ କରୁଥିବା ବେଳେ ଜିଲ୍ଲାରେ ପୁଣି ମୁଣ୍ଡ ଟେକିଛନ୍ତି ମାଓ ସଂଗଠନ। ରାୟଗଡା ସହରରୁ ମାତ୍ର ଦେଢ କିମି ଦୁରରେ ଥିବା ଦୁମାଗୁଡା ଗ୍ରାମ ନିକଟରେ ଏହି ପୋଷ୍ଟର ଲଗାଯାଇଛି। ମାଓବାଦୀ ରାଜ୍ଯ ସଂପାଦକ ମେଘ ଜାନି ଓ ଡମ୍ବୁରୁ ମାଝୀଙ୍କ ନାରେ ଲାଗିଥିବା ଏହି ପୋଷ୍ଟରରେ ମାଓନେତା ସବ୍ଯସାଚୀ ପଣ୍ଡା,ଆଜାଦ୍, ଉଦୟ ଓ ନିଖିଲ ଆଦିବାସୀ ନଥିବା ଉଲେଖ କରାଯିବା ସହ ଜିଲ୍ଲାରେ ଗଢିଉଠିଥିବା କମ୍ପାନୀ ମାନେ ଲୋକଙ୍କୁ ଶୋଷଣ ନକରି ନିରବ ରହିବାକୁ ଉଲ୍ଲେଖ କରାଯାଇଛି।

କେବିକେ ଡିଭିଜନ୍ ପକ୍ଷରୁ ଲଗାଯାଇଛି ପୋଷ୍ଟରରେ ସଂଗଠନ ସବୁବେଳେ ପାଇଁ ରହିଛି ବୋଲି ଉଲ୍ଲେଖ ରହିଛି। ତେବେ ମାଓ ପୋଷ୍ଟର ଲାଗିବା ପରେ ଦୁମାଗୁଡା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଘଟଣା ସ୍ଥଳରେ ରାୟଗଡା ପୁଲିସ ପହଞ୍ଚିନଥିବା ବେଳେ ସିଆରପିଏଫ ଜବାନ ମାନେ ଆସି ପୋଷ୍ଟରକୁ ହଟେଇଛନ୍ତି। ସିଆରପିଏଫ ର ସ୍ବତନ୍ତ୍ର ବୋମ୍ ସ୍କ୍ବାଡ ଘଟଣାସ୍ଥଳକୁ ଆସି ଯାଞ୍ଚ୍ ଅରିଛନ୍ତି। ସେହିପରି ଆତଙ୍କିତ ନହେବା ପାଇଁ ସ୍ଥାନୀୟ ଲୋକଙ୍କୁ କହିଛନ୍ତି।

Leave A Reply

Your email address will not be published.