ବାହାଡାଝୋଲାକୁ ବ୍ଲକ ଦାବିରେ ବ୍ଲକ କ୍ରିୟାନୁଷ୍ଠାନ କମିଟି ପଞ୍ଚାୟତ ରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କୁ ଭେଟିଲେ

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡାଝୋଲାକୁ ବ୍ଲକ ଦାବିରେ ବ୍ଲକ କ୍ରିୟାନୁଷ୍ଠାନ କମିଟି ବାହାଡାଝୋଲାର ପ୍ରତିନିଧି ମାନେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ତାଙ୍କର ବାସ ଭବନରେ ଭେଟି ବ୍ଲକ ଗଠନ ପାଇଁ ଦାବି ଜଣାଇଛନ୍ତି ।

ପ୍ରତିନିଧି ଦଳ ପକ୍ଷରୁ ବାହାଡାଝୋଲାକୁ ଏକ ସ୍ବତନ୍ତ୍ର ବ୍ଲକ ଘୋଷଣା କରିବା ପାଇଁ ଏକ ବିସ୍ତୃତ ସ୍ମାରକପତ୍ର ଦାଖଲ କରିବା ସହିତ ଆଲୋଚନା ସମୟରେ ବାହାଡାଝୋଲା ଅଞ୍ଚଳର ଜନସଂଖ୍ୟା, ଭୌଗୋଳିକ ଗୁରୁତ୍ଵ ଓ ଉନ୍ନୟନ ମୂଳକ ଆବଶ୍ୟକତାକୁ ଉଲ୍ଲେଖ କରି ସ୍ଵତନ୍ତ୍ର ପ୍ରଶାସନିକ ବ୍ଲକ ମାନ୍ୟତା ଦେବାର ଆବଶ୍ୟକତାକୁ ନେଇ ପ୍ରତିନିଧି ଦଳ ପକ୍ଷରୁ ନାରାୟଣ ବେହେରା(ସଭାପତି),ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ଶ୍ରୀ ପ୍ରହ୍ଲାଦ ସାହୁ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ମାନ୍ୟବର ମନ୍ତ୍ରୀ ପ୍ରତିନିଧି ଦଳର ଦାବିକୁ ସହାନୁଭୂତି ସହିତ ଶୁଣି ସକାରାତ୍ମକ ବିଚାର କରିବା ସହିତ ସମ୍ପୂର୍ଣ୍ଣ ସହଯୋଗର ଆଶ୍ଵାସନା ଦେଇଥିଲେ ।

ad-week
Leave A Reply

Your email address will not be published.