ମାଲକାନଗିରି :୧୦୨୫ କିଲୋ ଗ୍ରାମ ଗଞ୍ଜେଇ ଜବତ , ଜଣେ ଗିରଫ…

newyr25

ମାଲକାନଗିରି :ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ଭି -୭୯ ଥାନା ଅନ୍ତର୍ଗତ ଏମ ଭି – ୯୬ ଗ୍ରାମ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି । ଶନିବାର ଦିନ ସନ୍ଧ୍ୟା ସମୟରେ ଏକ କଣ୍ଟେନର ରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ସୂଚନା ପାଇ ଏମ ଭି -୭୯ ପୁଲିସ ଓ କାଲିମେଳା ପୁଲିସ ମିଳିତ ଚଢ଼ଉ କରି କଣ୍ଟେନରକୁ ଜବତ କରିବାରେ ସଫଳ ହୋଇଥିଲେ । କଣ୍ଟେନର ଭିତରୁ ୪୧ ଟି ପ୍ଲାଷ୍ଟିକ୍ ବସ୍ତାରେ ଥିବା ୧୦୨୫ କିଲୋଗ୍ରାମ ଚୋରା ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ମାଲକାନଗିରି ଜିଲ୍ଲାରୁ ମୋଟୁ ଦେଇ ତେଲେଙ୍ଗାନା ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ଜଣାପଡ଼ିଛି । ଏହି ସମ୍ପର୍କରେ ଏମଭି-୭୯ ପିଏସ୍ କେସ୍ ନଂ-୨୯/୨୬ ରେ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏମଭି-୭୯ ଥାନା ଅଧିକାରୀ ପୁର୍ଣିମା ଟେଟେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.