
ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲାର ଏସପି ଶ୍ରୀମତୀ ଅମ୍ରିତ କୋର ପାଳଙ୍କ ନିର୍ଦେଶ ଅନୁଯାୟୀ ରାଏବଗା ଥାନା ଅଧିନସ୍ତ ସଳଙ୍ଗାବ ହାଲ , ସାହାଜବାହାଲ ଓ ଦଳକି ବାଲି ଘାଟ ଉପରେ ପୋଲିସ, ତହସିଲଦାର ଏବଂ ଖଣି ବିଭାଗ ମିଳିତ ଭାବେ ଵାଲି ଘାଟ ଉପରେ ଚଢାଉ କରିଥିଲେ। ସଳଙ୍ଗାଵାହାଲ ପ୍ଲଟ ନମ୍ବର ୫୧୨, ୫୬୫ ସାହାଜବାହାଲ ପ୍ଲଟ ନମ୍ବର ୧୦୩୬ ଏବଂ ଦଳକି ପ୍ଲଟ ନମ୍ବର ୧୦୫୫ ରେ ମିଳିତ ଚଢ଼ାଉ କରି ସରକାରୀ ଜମିରେ ଥିବା ସମସ୍ତ ମହଜୁଦ, ପ୍ରାୟ ୪ ଲକ୍ଷ ଘନ ମିଟର ବାଲି ଚି଼ହ୍ନଟ କରାଯାଇଛି। ସୂଚନା ଥାଉକି ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବାଲୁ ଘାଟ ରୁ ରୀତି ମତ ଚୋରା ବାଲି ଚାଲାଣ ହେଉଛି, ସ୍ଥାନୀୟ ଖଣି ବିଭାଗ ଅଫିସର ଏବଂ ପୋଲିସ କୁ ମୋଟା ଅଙ୍କର ବଟି ଦେଇ ମାଫିଆ ମାନେ ଚୋରା ବାଲି ଚାଲାଣ କରୁଛନ୍ତି ବୋଲି ସାଧାରଣ ରେ ଅଭିଯୋଗ ହୋଇ ଆସୁଛି ତଥାପି ପ୍ରଶାସନ ନୀରବ l ସେଯାହାବି ହେଉ ସୁନ୍ଦରଗଡ଼ ଆରକ୍ଷୀ ଅଧିକାରୀ ଏହାକୁ ଗୁରୁତର ସହିତ ନେଇ ଚଢ଼ାଉ କରିବାକୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି l ଯାହାଫଳରେ ବିରମିତ୍ରପୁର ଏସ ଡି ପି ଓ ସୁଶାନ୍ତ କୁମାର ଦାସ ବିରମିତ୍ରପୁର ତହସିଲ ଦାର ଶ୍ରୀମତୀ ଗୌରୀ ନାଏକ ଅଣ୍ଡାଳି ରାଜସ୍ବ ନିରୀକ୍ଷକ ଆଲୋକ ଆଧା, ରାଉରକେଲା ଖଣି ବିଭାଗ ଅଧିକାରୀ ସନ୍ଦୀପ, ଅଜୟ କୁମାର, ରାଏବଗା ପୋଲିସ ପକ୍ଷରୁ ଏସ ଆଇ ପ୍ରହ୍ଲାଦ କୁମାର ପ୍ରଧାନ ପ୍ରମୁଖ ଏହି ଚଢ଼ାଉ ରେ ଉପସ୍ଥିତ ଥିଲେ।ବାରମ୍ବାର ଗ୍ରାମ ବାସୀଙ୍କ ଅଭିଯୋଗକୁ ଆଧାର କରି ଆଜି ସୁନ୍ଦରଗଡ ଜିଲ୍ଲା ରୁ ଗୋଟିଏ ପ୍ଲାଟୁନ ଫୋର୍ସ ନେଇଁ ଚଢ଼ାଉ କରିଥିଲେ। ତେବେ ଦେଖିବାକୁ ବାକି ରହିଲା କେବେ ଖଣି ବିଭାଗ ଏହି ବେଆଇନ ବାଲି ଚାଲାଣ ହେଉଥିବାକୁ କେବେ ବନ୍ଦ କରିବେ। ରୀତିମତ ଚଢ଼ାଉ ହେଲେ ବାଲି ଚୋରା ଚାଲାଣ ରେ ରୋକ ଲାଗିବ ବୋଲି ସାଧାରଣ ରେ ଆଲୋଚନା ହେଉଛି। ନଚେତ ଖଣି ଅଧିକାରୀ ଏବଂ ପୋଲିସ ଜଣେ ଜଣେ କୁବେର ପାଲୋଟି ବାକୁ ବିଳମ୍ବ ଲାଗିବନି ବୋଲି ଚର୍ଚ୍ଚା ହେଉଛି l