ଗଞ୍ଜାମ ଜିଲ୍ଲାରେ ମୋରମ ମାଫିଆ ସକ୍ରିୟ……!

add-all

ଲକ୍ଷ ଲକ୍ଷ ଟଙ୍କାର ମୋରମ ହେଉଛି ଲୁଟ ପ୍ରଶାସନ ନିରବଦ୍ରଷ୍ଟା…!

ମୋରମ ପାଇଁ ସ୍ୱଳ୍ପ ରୟାଲଟି ଦେଇ ସହ ସହ ଗାଡ଼ିରେ ଲୁଟ ହେଉଛି…..!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଜମି ମାଫିଆ ମାନେ ସ୍ଥାନୀୟ ନେତା ଓ ପ୍ରଶାସନ ର ଲେଖା ଛିଡେଇ ମାଫିଆ ମାନଙ୍କୁ ହାତ କରି ମୋରମ ଲୁଟୁ ଥିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜମି ମାଫିଆ ମାନେ ଶାଗ ମାଛ ଦରରରେ ଚାଷ ଜମି କ୍ରୟ କରି ସେଠାରେ ପ୍ଳଟିଙ୍ଗ କରୁଛନ୍ତି। ଖାଲ ଥିବା ଜମିରେ ମୋରମ ପକାଇବା ପାଇଁ ସ୍ଥାନୀୟ ନେତାଙ୍କ ସହ ସଲାସୁତରା କରିବା ପରେ ରାଜସ୍ବ ବିଭାଗ ସହ ସ୍ୱଳ୍ପ ଟିକସ ବା ନିର୍ଦ୍ଧେଶ ଆଣି ସ୍ଥାନୀୟ ମାଫିଆ ମାନଙ୍କ ହାତକୁ ଟେକି ଦେଇ ଖୁଲାମ ଖୁଲା ମୋରମ ଲୁଟୁ ଥିବା ଲକ୍ଷ କରାଯାଇଛି। ଅଧିକାଂଶ କରି ରାତ୍ର ସମୟରେ ନିକଟରେ ଥିବା ପାହାଡ଼ ଗୁଡିକରି ସହ ସହ ହାଇୱା ରେ ମୋରମ ଲୁଟୁ ଥିବା ଦେଖିବାକୁ ମିଳୁଛି। ମୋରମ ଲୁଟ ହେଉଥିବା ସମ୍ପର୍କ ରେ ଅଭିଯୋଗ କଲେ ରାଜସ୍ବ ବିଭାଗ ପକ୍ଷରୁ ଉତ୍ତର ରୟାଲଟି ଆମକୁ ମିଳିଛି ବୋଲି। ମୋରମ ଲୁଟ ହେବା ଫଳରେ ପାହାଡ଼ ନିକଟରେ ଭୂସ୍ଖଳନ ହେଉଥିବାର ନଜିର ରହିଛି। ଜମି ମାଫିଆ ମାନେ ମୁଠା ମୁଠା ଟଙ୍କାରେ ପ୍ରଶାସନ ଠାରୁ ଆରମ୍ଭ କରି ନେତା ଓ ମାଫିଆ ମାନଙ୍କୁ “କିଣା ଖାଲି” କରୁଥିବା ଆଲୋଚନା ହେଉଛି।

ad-week
Leave A Reply

Your email address will not be published.