ହଳଦିଆପଦରରେ ଟେକ୍ନିକାଲ୍ ଟିମ୍ , ବ୍ରିଜ୍‌ର ଢାଞ୍ଚାଗତ ତ୍ରୁଟି ପରଖିଲେ ଅଧିକାରୀ

newyr25

ବ୍ରହ୍ମପୁର : ବହୁଚର୍ଚ୍ଚିତ ହଳଦିଆପଦର ଓଭରବ୍ରିଜ୍ ଦୁର୍ଘଟଣା । ଘଟଣାସ୍ଥଳରେ ୫ ଜଣିଆ ବୈଷୟିକ ଟିମ୍‌ର ତଦନ୍ତ । ୩୧ ତାରିଖ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ତଦନ୍ତ । ବ୍ରିଜ୍‌ର ଢାଞ୍ଚାଗତ ତ୍ରୁଟି ପରଖୁଛନ୍ତି ବୈଷୟିକ ଟିମ୍‌ । ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ବ୍ରହ୍ମପୁରର ବହୁ ଚର୍ଚ୍ଚିତ ହଳଦିଆପଦର ଓଭର ବ୍ରିଜ ।
ଗତ ୧ ତାରିଖରେ ଏହି ଓଭର ବ୍ରିଜରେ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଯାଇଥିଲା । ଏହାପରେ ବ୍ରିଜର ଆକାର, ଡିଜାଇନକୁ ନେଇ ଉଠିଥିଲା ପ୍ରଶ୍ନ । ଏହାର ଆକାର ପରିବର୍ତ୍ତନ ନେଇ ଜିଲ୍ଲା ପ୍ରଶାସନ, ମନ୍ତ୍ରୀ ପ୍ରତିକ୍ରିୟା ରଖିବା ପରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲା । ଆଜି ସ୍ୱତନ୍ତ୍ର ଟିମ ଏଠାକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବ୍ରିଜର ରୂପରେଖ କଣ ରହିବ ଅନୁଧ୍ୟାନ ପରେ ରିପୋର୍ଟ ପ୍ରଦାନ କରିବୁ ବୋଲି କହିଛନ୍ତି ସ୍ୱତନ୍ତ୍ର ବୈଷୟିକ ଟିମ ।

Leave A Reply

Your email address will not be published.