ନକ୍ସଲ ସ୍ମାରକୀକୁ ଭାଙ୍ଗି ଶାନ୍ତି ଓ ବିକାଶର ଏକ ନୂତନ ଅଧ୍ୟାୟ ଗଢ଼ିଛନ୍ତି ଗ୍ରାମବାସୀ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ସମେତ କାଲିମେଳା, ମାଥିଲି ଓ ଖଇରପୁଟ ଭଳି ଦୁର୍ଗମ ଅଞ୍ଚଳରୁ ଏକ ହୃଦୟସ୍ପର୍ଶୀ ଖବର ସାମ୍ନାକୁ ଆସିଛି। ଏହି ଅଞ୍ଚଳର ଗ୍ରାମବାସୀମାନେ ବେଆଇନଭାବେ ସିପିଆଇ (ମାଓବାଦୀ) ଙ୍କ ଦ୍ୱାରା ନିର୍ମିତ ପ୍ରାୟ ୨୦ଟି ମାଓ ସ୍ମାରକୀକୁ ଭାଙ୍ଗି ଦେଇଛନ୍ତି । ଜିଲ୍ଲା ନକ୍ସଲ ବାଦର ଯବନିକା ପଡିବା ସହ ଆଗାମୀଦିନରେ ଗ୍ରାମଗୁଡିକୁ ରେ ସରକାର ବିକାଶ ପହଞ୍ଚିବ ତାକୁ ନେଇ ସାମୂହିକ ଆଲୋଚନା ମାଧ୍ୟମରେ ଗ୍ରାମବାସୀମାନେ ଏହି ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଏହି ସବୁ ସ୍ମାରକୀଗୁଡ଼ିକ ଆଉ ସେମାନଙ୍କର ଆଶା ଓ ଆକାଂକ୍ଷାର ପ୍ରତୀକ ନୁହେଁ। ସେମାନଙ୍କ କହିବା ଅନୁଯାୟୀ, ବର୍ଷ ବର୍ଷ ଧରି ଚାଲିଥିବା ନକ୍ସଲ ବାଦ ପ୍ରଭାବ କେବଳ ଭୟ, ମୌଳିକ ସେବା ବାଧାପ୍ରାପ୍ତ ଏବଂ ବିକାଶରେ ଅନ୍ତରାୟ ସୃଷ୍ଟି କରିଥିଲା।
ଗ୍ରାମବାସୀମାନେ ଦାବି କରିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଜିଲ୍ଲା ପୋଲିସ ଓ ପ୍ରଶାସନର ମିଳିତ ପ୍ରୟାସ ଯଥା— କମ୍ୟୁନିଟି ପୋଲିସିଂ, ସିଭିକ୍ ଆକ୍ସନ୍ ପ୍ରୋଗ୍ରାମ ଏବଂ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯୋଗୁଁ ସେମାନଙ୍କ ମଧ୍ୟରେ ସରକାର ପ୍ରତି ବିଶ୍ୱାସ ବଢ଼ିଛି। ବର୍ତ୍ତମାନ ଗ୍ରାମବାସୀ ମାନେ ଏକ ଶାନ୍ତିପୂର୍ଣ୍ଣ ଓ ସ୍ଥିର ବାତାବରଣ ମଧ୍ୟରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି।
ମାଲକାନଗିରି ଜିଲ୍ଲାକୁ ‘ନକ୍ସଲ ମୁକ୍ତ’ ଘୋଷଣା କରାଯିବା ପୃଷ୍ଠଭୂମିରେ, ଏହି ବିକାଶମୂଳକ ପରିବର୍ତ୍ତନ ଏକ ଅତ୍ୟନ୍ତ ସକାରାତ୍ମକ ସଙ୍କେତ। ଏହା ସ୍ପଷ୍ଟ କରୁଛି ଯେ ଲୋକମାନେ ଏବେ ସଂଘର୍ଷ ବଦଳରେ ବିକାଶ, ଶାନ୍ତି ଏବଂ ସୁଯୋଗକୁ ଗୁରୁତ୍ୱ ଦେଉଛନ୍ତି। ମାଲକାନଗିରି ପୋଲିସ ଶାନ୍ତି ରକ୍ଷା କରିବା ସହ ସମସ୍ତ ସୁରକ୍ଷା ଓ ଅନ୍ତର୍ଭୁକ୍ତ ବିକାଶମୂଳକ କାର୍ଯ୍ୟକୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧ ରହିଛନ୍ତି।

ad-week
Leave A Reply

Your email address will not be published.