ଆସିକା ରେ ବ୍ୟବସାୟୀ ଟ୍ୟାକ୍ସ ଠକେଇ କରି କୋଟିପତି :ବ୍ୟକ୍ତି ବିଶେଷ ଙ୍କ ଉପରେ ଇଡ଼ିର ଛାଟ କେବେ ପଡ଼ିବ….?

newyr25


ବ୍ରହ୍ମପୁର: ଆସିକା ସମେତ ଏହାର ଆଖ ପାଖ ଅଞ୍ଚଳ ରେ ବହୁ ବ୍ୟବସାୟୀ ଟ୍ୟାକ୍ସ ଠକେଇ କରି କୋଟିପତି ସାଜିଥିବାର ନଜିର ରହିଛି। ଚୋରା ସୁନା କାରବାର ଠାରୁ ଆରମ୍ଭ କରି ୯ କୁ ୧୦ ଟଙ୍କା ରେ କଳନ୍ତର ଦେଇ ବଡ଼ ବଡ଼ କୋଠା କମ୍ପ୍ଲେକ୍ସ ସାଙ୍ଗଳୁ ସହ ସହ ଏକର ଜମିର ମାଲିକ ସାଜିଥିବାର ନଜିର ରହିଛି। ଉଚ୍ଚ କଳନ୍ତର ରେ ବ୍ୟବସାୟ ପାଇଁ ଟଙ୍କା ନେଇ ବହୁ ଛୋଟ ବ୍ୟବସାୟୀ ମାନେ କ୍ଷତି ଗ୍ରସ୍ତ ହୋଇ ଶେଷରେ ନିଜର ଭିଟା ମାଟି ଛାଡ଼ିଥିବାର ବି ନଜିର ରହିଛି। ଚୋରା ସୁନା କାରବାର ସାଙ୍ଗକୁ କଳନ୍ତର ଓ ସଟ୍ଟା ଖେଳ ଲଗାଇ କୋଟି ପତି ହୋଇଥିବାର ବି ନଜିର ରହିଛି। ଏହି ବ୍ୟବସାୟ କରି ସରକାରଙ୍କ ଟ୍ୟାକ୍ସ କୁ ବାଟ ମରଣା କରିଥିବା ବ୍ୟକ୍ତି ବିଶେଷ ଙ୍କ ପ୍ରତି ଇଡ଼ି ଚଢ଼ାଉ ହେଲେ ସରକାର ଙ୍କୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଆସିବ ବୋଲି ସାଧରଣ ରେ ଚର୍ଚ୍ଚା ହେଉଛି। ଆସିକା ଅଞ୍ଚଳ ରେ ୨୦ ରୁ ଉର୍ଦ୍ଧ ଏହି କୋଟି ପତି ବ୍ୟବସାୟୀ ମାନେ ରହିଥିବା ଆଲୋଚନା ହେଉଛି।

Leave A Reply

Your email address will not be published.